Indus Valley Times

ନୟାଗଡ଼ରେ ଏସବିଆଇ ପକ୍ଷରୁ ଉଚ୍ଚମାନର କୃଷକ କର୍ମଶାଳା ଅନୁଷ୍ଠିତ

 Breaking News

ନୟାଗଡ଼ରେ ଏସବିଆଇ ପକ୍ଷରୁ ଉଚ୍ଚମାନର କୃଷକ କର୍ମଶାଳା ଅନୁଷ୍ଠିତ

December 09
17:38 2022

Workshop organised on improved farming at Nayaarh

By Biswa Bhusan Mohapatra/Mamata Mohapatra

Nayagarh, Dec. 9: : ନୟାଗଡ ରେ ଉଚ୍ଚମାନର କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛ।ନୟାଗଡ ଏବଂ ଭୁବନେଶ୍ବର ଜୋନ-୧ ଏସବିଆଇ ଦ୍ବାରା ଆୟୋଜିତ ଏହି କର୍ମଶାଳାରେ ପ୍ରାୟ ୬୫ ଜଣ ରୁ ଉର୍ଦ୍ଧ କୃଷିଉଦ୍ୟୋଗି ଓ କୃଷକ  ଯୋଗ ଦେଇଥିଲେ । କର୍ମଶାଳାରେ ଏସବିଆଇର ଡିଜିଏମ ଓ ଏବିଓ ଶ୍ରୀ ଧ୍ରୁବ ଚରଣ ବଳ ,ଆରଏମ ଖୋର୍ଦ୍ଧା ; ଶ୍ରୀ ଭୂପଦେବ ପ୍ରଧାନ , ଉଦ୍ଦ୍ୟାନ ଏବଂ  କୃଷି ଅଧିକାରୀ  ଶ୍ରୀ ଅଜିତ କୁମାର ନାୟକ ; ଜିଲ୍ଲା ସଂଯୋଜକ ଶ୍ରୀ ସୂର୍ଯ୍ୟକାନ୍ତ ଦାସ ଓ ସ୍ଥାନୀୟ ବ୍ୟାଙ୍କ ଶାଖାର ପରିଚାଳକ ପ୍ରମୁଖ ଏହି କର୍ମଶାଳା ରେ ଯୋଗ ଦେଇଥିଲେ । କର୍ମଶାଳାରେ ବ୍ୟାଙ୍କ କର୍ମଚାରୀ ଏବଂ କୃଷିଉଦ୍ୟୋଗୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଉପରେ ଅଧିକ ଗୁରୁତ୍ବାରୋପ ପାଇଁ ଆଲୋଚନା ହୋଇଥିଲା।

ଏହିଅବସରରେ ବ୍ୟାଙ୍କ ଅଧିକାରୀ ମାନେ ବ୍ୟାଙ୍କ ତରଫରୁ କୃଷକ ମାନଙ୍କ ପାଇଁ ଥିବା କୃଷିଋଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ଭନ୍ଧୀୟ ବାର୍ତ୍ତା ସେମାନଙ୍କର ଆଗରେ ଉପସ୍ଥାପନ କରିଥିଲେ । କାଯ୍ୟକ୍ରମରେ ଉଦ୍ୟାନ ଏବଂ କ୍ରୁଷୀ ଅଧିକାରୀ ଅଜିତ କୁମାର ନାୟକ କ୍ରୁଷକ ମାନଙ୍କୁ ଉନ୍ନତମାନର କୃଷି ପାଇଁ ଉତ୍ସାହିତ କରିଥିଲେ । ଏହି କର୍ମଶାଳାରେ  କ୍ରୁଷୀକୁ ନେଇ ଏକ ନୂତନ ବ୍ୟବସାୟ ର ଆଶା ପ୍ରକାଶିତ ହୋଇଥିଲା ବେଳେ ନିକଟ ଭବିଷ୍ୟତ ରେ କୃଷିକ୍ଷେତ୍ରରେ ପ୍ରାୟ ୫-୭ କୋଟି ଟଙ୍କା ର ବ୍ୟବସାୟ ହବ ବୋଲି ଆଶା କରାଯାଇଛି ।

ବର୍ତମାନ ପ୍ରାୟ ୨.୮କୋଟି ଟଙ୍କାର ବ୍ୟବସାୟ ମାର୍ଗ ଖୋଲିଯାଇଛି   ଏଥିରେ ୦.୪କୋଟିର ଅଣ୍ଡା ଉତ୍ପାଦନ , ୦.୩କୋଟିର କଦଳୀ ପରିପକ୍ୱନ ଭଣ୍ଡାର , ପ୍ରାୟ ୦.୧୫କୋଟିର ଛୋଟ ଶୀତଳ ଭଣ୍ଡାର ଏବଂ କେତେକ ବ୍ରୟଲର୍ କୁକୁଡ଼ା ଫାର୍ମ ଅନ୍ତର୍ଭୁକ୍ତ ହୋଇଛି । ଏହି ସମ୍ମିଳନୀ ଦ୍ଵାରା  ନୟାଗଡ ନିକଟଭବିଷ୍ୟତରେ କୃଷିଉଦ୍ୟୋଗରେ ଆଶାନୁରୂପ ଅଭିବୃଦ୍ଧି କରିବା ବୋଲି ଆକଳନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031