Legatus

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୌଦ୍ଧ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

 Breaking News

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୌଦ୍ଧ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୌଦ୍ଧ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
March 16
11:35 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୩ : ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନନ କର ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ର ସୁପରିଚାଳନା ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ ।
ଖୁବଶିଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ବୌଦ୍ଧଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନ ପାଇଁ ପୁଲିସ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା, ଫ୍ଲାଇଙ୍ଗ ସ୍କ୍ୱାର୍ଡର ପ୍ରସ୍ତୁତି,ଏଟିଏମ ଭ୍ୟାନ, ଦୁଇଟି ନିର୍ବାଚନ ମଣ୍ଡଳୀର ୪୧୧ ଟି ବୁଥର ପ୍ରସ୍ତୁତି, ନିର୍ବାଚନ ପରିଚାଳନା ପାଇଁ ୯୧ ଜଣ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ କ୍ଷମତା, ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ ରିଟର୍ଣ୍ଣି ଅଧିକାରୀ ଭାବରେ ପୁର୍ଣ୍ଣ କ୍ଷମତା ପ୍ରଦାନ ସଂପର୍କରେ ଆଲୋଚନା ହୋଇଥିଲା ।
ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜର ଆଚରଣ ଓ ଉଚ୍ଚାରଣରେ ଶୃଙ୍ଖଳା ରକ୍ଷା କରିବା, ନିର୍ବାଚନ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରେ ଲାଗିଥିବା ହୋଡିଂ ଏବଂ ୪୮ ଘଣ୍ଟା ମଧ୍ୟରେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ହୋଡିଂ ଓ ୭୨ ଘଣ୍ଟା ମଧ୍ୟରେ ବେସରକାରୀ ସ୍ଥାନରେ ଲାଗିଥିବା ଦଳୀୟ ପ୍ରଚାର ହୋଡିଂ ଅପସାରଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ହୋମ ଭୋଟିଂ,ପୋଷ୍ଟାଲ ବେଲଟ,ଗ୍ରୀନ ପେପର ସିଲ,ୱେବ କାଷ୍ଟିଂ,ଭିଭିପାଟ ପରିଚାଳନା ଆଲୋଚନା ହୋଇଥିଲା ।
ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବା ସହିତ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା, ବେଆଇନ କାରବାର ଉପରେ ନଜର ରଖିବାକୁ ସ୍କ୍ୱାର୍ଡ ଗଠନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । କର୍ମଚାରୀମାନେ ନିର୍ବାଚନ ଦାୟିତ୍ୱରୁ ଓହରିବାକୁ ମେଡିକାଲ ବୋର୍ଡ କତ୍ତର୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଉଦ୍ଦେଶ୍ୟମୂଳକ ଭାବରେ ନିର୍ବାଚନ ଦାୟିତ୍ୱରୁ ଓହରିବାକୁ ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ଉଦ୍ୟମ କରୁଥିବେ ଜଣାପଡିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାପାଳ ଜେ. ସୋନାଲ ସତର୍କ କରାଇଦେଇଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ,ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅନିରୁଦ୍ଧ ପ୍ରଧାନ,ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଡେପୁଟି କଲେକ୍ଟର (ନିର୍ବାଚନ) ଶାଶ୍ୱତ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,ବିଡିଓ,ତହସିଲଦାର,ଅତିରିକ୍ତ ତହସିଲଦାର, ସେକ୍ଟର ଅଫିସର,ପ୍ରିଜାଇଡିଂ ଅଫିସର,ପୁଲିଂ ଅଫିସରମାନେ ଉପସ୍ଥିତ ଥିଲେ ।
ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ମିଳିଲା ଭୂମି ଅଧିକାର ପ୍ରମାଣପତ୍ର
ବୌଦ୍ଧ,୧୬/୩ : ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଆଜି ଜାଗା ମିଶନ ଜରିଆରେ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ଆଜି ସ୍ଥାନୀୟ ଟାଉନହଲ ଠାରେ ପରିଷଦର ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନଗରପାଳ ମୃତ୍ୟୁଂଜୟ ମିଶ୍ର ଯୋଗଦେଇ ଜାଗା ମିଶନ ସରକାରଙ୍କ ଏକ ବଡ ପଦକ୍ଷେପ, ସହରାଂଚଳରେ ମଧ୍ୟ ଗରୀବ ଭୂମିହୀନ ଯେଉଁମାନେ ବଂଚିତ ଥିଲେ ସେମାନଙ୍କୁ ମିଳିଲା ଭୂମି ପଟ୍ଟା, ବିଶେଷ କରି ସହରର ମଧ୍ୟ ଭାଗରେ ଥିବା ଖଲିଆବଗିଚା ଯାହାକି ଏକ ବଡବସ୍ତି ବହୁ ଦିନରୁ ଦାବିକରି ଆସୁଥିଲେ ସରକାରଙ୍କର ଜାଗା ମିଶନ ଜରିଆରେ ପଟ୍ଟା ପାଇବା ପାଇଁ ଦାବି କରିଆସିଥିଲେ ।
ଏଥି ସହିତ ବାବୁ ସାହିର ୱାର୍ଡ ନମ୍ବର ଛଅର ବହୁଅଂଚଳ ବିଗତ ଦିନରେ ବହୁ ଅଂଚଳବାଦ ଦିଆଯାଇଥିଲା । ଆଜି ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷା ସୁବାସିନୀ ସେଠୀ, ୧୫ ନମ୍ବର ୱାର୍ଡର କାଉନସିଲର ନାରାୟଣ ଦଳବେହେରା, ୬ ନମ୍ବର ୱାର୍ଡର ବସ୍ତି ଉନ୍ନୟନ ସଂଘର ସଂପାଦିକା ଦେବକୀ କ୍ଷେତୀ ଓ ୧୫ ନମ୍ବର ୱାର୍ଡର ବସ୍ତି ଉନ୍ନୟନ ସଂଘର ସଭାପତି ଅନ୍ନପୂର୍ଣ୍ଣା ଦାସ ଯୋଗଦେଇଥିଲେ । ଏହି ଅବସରରେ ୬ ନମ୍ବର ୱାର୍ଡ ଓ ୧୫ ନମ୍ବର ୱାର୍ଡର ୧୭ ଜଣ ହିତାଧରକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଗ୍ରାମ ଦେହୁରୀ ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କାଉନସିଲର ଓ ବିଭିନ୍ନ ୱାର୍ଡର ବସ୍ତିବାସିନ୍ଦା ଯୋଗଦେଇଥିଲେ ।
ଗୁଢିଆଳି ଗ୍ରାମରେ ଆଇନ ସଚେତନତା ଶିବିର
ବୌଦ୍ଧ,୧୬/୩ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଗୁଢିଆଳି ଗ୍ରାମରେ ଏସଟି ଏସସି ପ୍ରିଭେସନ ଆଟ୍ରୋସିଟି ଆକ୍ଟ ଏବଂ ସେମାନଙ୍କ ଉନ୍ନତି ଏବଂ ବିକାଶ ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଏବଂ ଆଇନରେ ସେମାନଙ୍କ ପାଇଁ ସୁରକ୍ଷା ଇତ୍ୟାଦି ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଲ୍ୟାଣ ବିଭାଗର ସୁର୍ଯ୍ୟ ନାରାୟଣ ବେହେରା, ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତର ସରପଂଚ ଭାରତୀ ପୁରୋହିତ ଏବଂ ପ୍ରାଥମିକ ବିଦ୍ୟାଳୟ, ଗୁଢିଆଳିର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରୁ ବହୁ ପରିମାଣରେ ଗ୍ରାମବାସୀ ମାନେ ଉପସ୍ଥିତ ରହି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସି. ଓ ଏସଟି ଏବଂ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ବ୍ୟବଧାନକୁ ଦୂର କରିବା, ତାଙ୍କୁ ଅନ୍ୟମାନଙ୍କ ପରି ସମସ୍ତ ସୁବିଧା ସୁଯୋଗ ଦେବା, ତାଙ୍କର ସୁରକ୍ଷା, ଅର୍ଥନିତିରେ ଉନ୍ନତି, ଶିକ୍ଷା ଏବଂ ସୁବିଧା ସବୁ ଯୋଗାଇଦେବାରେ ଆଇନଗତ ସାହାଯ୍ୟ ଦେବା, ଇତ୍ୟାଦି ଉପରେ ଲୋକମାନଙ୍କୁ ବୁଝାଯାଇଥିଲା ।
ଏହା ସହ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ସଂସ୍ଥା ଦ୍ୱାରା ସମାଜର ଗରିବ ଏବଂ ଦଳିତ ଶ୍ରେଣୀର ଲୋକମାନଙ୍କୁ ପ୍ରଦାନ କରାଯାଉଥିବା ମାଗଣା ଆଇନଗତ ସେବା ଉପରେ ବିସ୍ତୃତଭାବରେ ବୁଝାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31