Indus Valley Times

ଅନଲାଇନ୍ ଗେମର କରୁଣ ପରିଣତି: ଜୀବନ ହାରିଲେ ନାବାଳକ ଛାତ୍ର

 Breaking News

ଅନଲାଇନ୍ ଗେମର କରୁଣ ପରିଣତି: ଜୀବନ ହାରିଲେ ନାବାଳକ ଛାତ୍ର

ଅନଲାଇନ୍ ଗେମର କରୁଣ ପରିଣତି: ଜୀବନ ହାରିଲେ ନାବାଳକ ଛାତ୍ର
August 12
11:43 2025

ଜଳେଶ୍ୱର, ୧୨/୮ : ମୋବାଇଲରେ ଗେମ୍ ଖେଳିବା ହେଲା କାଳ। ପରିବାର ଲୋକ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ଛାତ୍ର। ଗାମୁଛା ଲଗାଇ ବାଥରୁମରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀର ଛାତ୍ର। ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ନ ଜେନା। ତେବେ ଏହି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁର ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନା ଅନୁସାରେ, ଗୁହାଳିପଦା ଗାଁର ଅଷ୍ଟମ ଶ୍ରେଣୀର ଛାତ୍ର ଜୟକୃଷ୍ଣ ପ୍ରତ୍ୟକ ଦିନ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ। ଦିନରାତି ମୋବାଇଲ ଭିତରେ ବୁଡି ରହୁଥିଲେ। ତେଣୁ ପରିବାର ଲୋକ ମୋବାଇଲରେ ଅନଲାଇନ ଗେମ୍ ନ ଖେଳିବା ପାଇଁ ବାରଣ କରିଥିଲେ। ଏପରିକି ତାଙ୍କ ଠାରୁ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ। ତେଣୁ ଜୟକୃଷ୍ଣ ରାଗରେ ବେକରେ ଗାମୁଛା ଲଗାଇ ଜୀବନ ହାରିଛନ୍ତି। ତେବେ ଖବରପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।
ଚା

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930