Indus Valley Times

ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ ତଥା ଗାନ୍ଧୀ ଜୟନ୍ତୀ ପାଳନ ସମାରୋହ

 Breaking News

ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ ତଥା ଗାନ୍ଧୀ ଜୟନ୍ତୀ ପାଳନ ସମାରୋହ

October 04
19:22 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୪/୧୦ : ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ତଥା ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ ପାଳନ ହୋଇଯାଇଛି। ପ୍ରଥମେ ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇ, ବାପୂଜୀଙ୍କର ପ୍ରିୟ ଭଜନ “ରଘୁପତି ରାଘବ ରାଜାରାମ” ଗାନ କରାଯାଇଥିଲା।
ପରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଗଦାଧର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ ମୌଲବୀ ମୁଫତି ନସାରଉଦ୍ଦିନ୍, କୋରାନ ପାଠ କରିଥିବାବେଳେ, ଫାଦର ଡ଼ାଃ ସନ୍ତୋଷ କୁମାର, ବାଇବେଲ ପାଠ କରିଥିଲେ।
ମହାବିଦ୍ୟାଳୟ ଅଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ ଭାଗବତ ଗୀତାର ୫ମ ଅଧ୍ୟାୟ (କର୍ମ ସନ୍ନ୍ୟାସ ଯୋଗ) ବ୍ୟାଖ୍ୟା କରି ଗାନ୍ଧୀଜୀଙ୍କର ଆଦର୍ଶ ଓ ଗୀତାର ମହତ୍ତ୍ଵ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମହାତ୍ମାଗାନ୍ଧୀ ଥିଲେ ସତ୍ୟ, ନ୍ୟାୟ ଓ ଅହିଂସାର ପ୍ରତୀକ, ଯାହାଙ୍କ ଜୀବନ ଦର୍ଶନ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି ବୋଲି ସଭାରେ ଅଧ୍ୟକ୍ଷତା କରୁଥିବା ପ୍ରାଧ୍ୟାପକ ଗଦାଧର ସାହୁ ମତବ୍ୟକ୍ତ କରିଥିଲେ।
ଗାନ୍ଧୀଜୀଙ୍କର ସ୍ୱଦେଶୀ ଓ ସ୍ବଚ୍ଛତା ବିଚାର ଆଦି ମଧ୍ୟ ଆମ ଜୀବନ ପାଇଁ ଓ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ସୁବୋଧ କୁମାର ଜଗଦେବ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ଅଲେଖ ନାୟକ, ରାଜ କୁମାର ବାହୁଦୁର, ପୁରାତନ ଛାତ୍ର ଅବିନାଶ, ରଶ୍ମି, ଶୁଭମ୍ ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC) , ରେଡକ୍ରସ୍, ରୋଭର୍ସ ରେଞ୍ଜର୍ସ, ଏନ୍ ଏସ ଏସ ର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।। ଶେଷରେ ମହାବିଦ୍ୟାଳୟ ଖେଳ ଶିକ୍ଷକ ଶେଖ୍ ସିରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930