Indus Valley Times

ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୋଗଦାନ

 Breaking News

ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୋଗଦାନ

June 21
14:54 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବୌଦ୍ଧ, ୨୧/୬ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ।ସାରା ବିଶ୍ୱ ଏହି ଯୋଗ ଦିବସ କୁ ପାଳନ କରୁଥିବା ବେଳେ ବୌଦ୍ଧ ଠାରେ ଡିଭାଇନ ଲାଇଫ ସୋସାଇଟୀ ଉତ୍ସାହର ସହ ଯୋଗ ଦିବସ କୁ ପାଳନ କରିଥିଲେ।
ଡିଭାଇନ ଲାଇଫ ସୋସାଇଟୀ ପାଳନ କରୁଥିବା ଆନ୍ତର୍ଜାତିକ ଯୋଗ ଦିବସରେ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସକ୍ରିୟ ଯୋଗଦାନ କରିଥିଲେ।
ବର୍ତ୍ତମାନ ଯୁବ ଗୋଷ୍ଠୀ ଅସତ୍ ସଙ୍ଗ ରେ ପଡି ନିଶା ଦ୍ରବ୍ୟ ବ୍ୟବହାର କରି ନିଜ ଶରୀର କୁ ନଷ୍ଟ କରିବା ସହ ଦେଶ ଏବଂ ସମାଜ ପାଇଁ ଏକ ସଙ୍କଟ ସୃଷ୍ଟି କରୁଛନ୍ତି।
ଯୋଗ ମାଧ୍ୟମରେ ନିଜ ମନ ଏବଂ ଶରୀର କୁ ନିୟନ୍ତ୍ରଣ କରିବା ଏକ ସୁନ୍ଦର ପ୍ରୟାସ।ଯୋଗ ଦ୍ୱାରା ମଣିଷ ମସ୍ତିଷ୍କ ସୁସ୍ଥ ରହିବା ସହ ଉତ୍ତମ କାର‌୍ୟ୍ୟ କରିବା ପାଇଁ ସହାୟକ ହେବ।
ଆଜିର ଆନ୍ତର୍ଜାତୀୟ ଯୋଗ ଦିବସରେ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ଯୁବ ସମାଜ କୁ ସୁସ୍ଥ ରହିବାର ବାର୍ତ୍ତା ପ୍ରେରଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031