ଅନ୍ଲକ୍-୬ ଗାଇଡ୍ଲାଇନ୍ : ନଭେମ୍ବର ୧୬ ରେ ଖୋଲିବ ସ୍ଲୁଲ୍
![ଅନ୍ଲକ୍-୬ ଗାଇଡ୍ଲାଇନ୍ : ନଭେମ୍ବର ୧୬ ରେ ଖୋଲିବ ସ୍ଲୁଲ୍](http://indusvalleytimes.com/news/wp-content/uploads/2020/10/unlock-6-680x365_c.jpg)
October 31
11:42
2020
ଭୁବନେଶ୍ୱର,୩୧/୧୦: ମହାମାରୀ କରୋନା ପାଇଁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଶନିବାର ଦିନ ଅନ୍ଲକ୍-୬ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ ରହିବ। କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। କଣ୍ଟେମେଣ୍ଡ ଜୋନରେ ଜାରି ରହିବ ଲକଡାଉନ୍ ।
ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍ ଓ ସୁଇମିଂ ପୁଲ୍। ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ବଡ଼ ଧରଣର ଧାର୍ମିକ କିମ୍ବା ରାଜନୈତିକ ସମାବେଶକୁ ବାରଣ କରାଯାଇଛି।