Indus Valley Times

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ନିୟମ; ମୁଖ୍ୟମନ୍ତ୍ରୀ ଦେବେ ଅନୁମୋଦନ

 Breaking News

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ନିୟମ; ମୁଖ୍ୟମନ୍ତ୍ରୀ ଦେବେ ଅନୁମୋଦନ

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ନିୟମ; ମୁଖ୍ୟମନ୍ତ୍ରୀ ଦେବେ ଅନୁମୋଦନ
September 12
19:16 2024

ଭୁବନେଶ୍ବର, ୧୨/୯ : ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ବା ଥଇଥାନ ଉପରେ ଲାଗିଲା ବ୍ରେକ୍ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ୪ଜଣିଆ କମିଟିର ସୁପାରିଶ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିପାରିବ ନାହିଁ ।
ଏପରିକି କୌଣସି ପୁନଃନିଯୁକ୍ତିକୁ ପୋଷ୍ଟଫେକ୍ଟୋ(ପିଛିଲା ଭାବେ) ମଧ୍ୟ ଅନୁମୋଦନ ମିଳିବ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ନହୁଏ ତା’ହେଲେ ପୁନଃନିଯୁକ୍ତି ମିଳିବା ସମ୍ଭବପର ହେବନି ।
ସମସ୍ତ ପୁନଃନିଯୁକ୍ତି କେବଳ ବିରଳ କ୍ଷେତ୍ରରେ ବିଚାର କରାଯିବ । ତା’ଛଡ଼ା ଯେଉଁ ଅଫିସର ବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ସେ ଅବସର ପୂର୍ବରୁ କ୍ରମାଗତ ୫ବର୍ଷ ପାଇଁ ତାଙ୍କର ସିସିଆର/ପିଏଆର ‘ଆଉଟଷ୍ଟାଣ୍ଡିଂ’ ରହିବା ଜରୁରୀ ।
ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ଅପରାଧିକ ମାମଲା ମଧ୍ୟ ବିଚାରାଧୀନ ନଥିବ କିମ୍ବା ସେ କୌଣସି ଅସଦାଚରଣ ମାମଲାରେ ଦଣ୍ଡିତ ବି ହୋଇନଥିବେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ୨୦୧୪ ଅଗଷ୍ଟ ୨୭ତାରିଖରେ ବିଜେଡି ସରକାରଙ୍କ ଦ୍ୱାରା ଜାରି ପୁନଃନିଯୁକ୍ତି ସଂକ୍ରାନ୍ତ ସଂକଳ୍ପକୁ ଖାରଜ କରି ନୂଆ ସଂଶୋଧିତ ସଂକଳ୍ପ ଜାରି କରି ନିଜର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ‘ସଂକଳ୍ପ’ରେ ମୋହନ ସରକାର କହିଛନ୍ତି ଯେ, ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ବ୍ୟତିକ୍ରମ ପରିବର୍ତ୍ତେ ଏକ ନିୟମ ହୋଇଯାଇଥିବା ସରକାରଙ୍କ ନଜରକୁ ଆସିଛି ।
ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ, ଦକ୍ଷ ମାନବସମ୍ବଳର ଅଭାବକୁ ଦୃଷ୍ଟିରେ ରଖି ୨୦୧୪ ଅଗଷ୍ଟ ୨୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଯେଉଁ ସଂକଳ୍ପ ଜାରି ନିଯୁକ୍ତି ନିୟମାବଳୀର କୋହଳ ପାଇଁ ଅନୁମତି ଦିଆଯାଇଥିଲା, ବାସ୍ତବରେ ତା’ର ଉଦ୍ଦେଶ୍ୟ ଏହା ନଥିଲା ।
ବିଭିନ୍ନ ପାରିଶ୍ରମିକ ଓ ସର୍ତ୍ତାବଳୀ ସହିତ ସାମୟିକ ଭାବେ ନିର୍ଦ୍ଦିଷ୍ଟ ସମୟ ପାଇଁ ଚୁକ୍ତିଭିତ୍ତିକ ଭାବେ ପୁନଃନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଥିଲା ।
ତେବେ ୨୦୧୪ ମସିହାର ଏହି ସଂକଳ୍ପକୁ ଖାରଜ କରିବା ପାଇଁ ମୋହନ ସରକାର ନିଷ୍ପତ୍ତି ନେବା ସହ ଯଦି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ପଦବୀ ଖାଲି ହୁଏ ଓ ସେହି ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପରିବର୍ତ୍ତେ ସମ୍ପୃକ୍ତ ବିଭାଗ ବା କାର୍ଯ୍ୟାଳୟ ପ୍ରତ୍ୟକ୍ଷ ଓ ପଦୋନ୍ନତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ସେହି ପଦବୀକୁ ପୂରଣ କରିବାକୁ ପଦକ୍ଷେପ ନେବେ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା ପୂର୍ବରୁ ସମ୍ପୃକ୍ତ ବିଭାଗ ଓ କାର୍ଯ୍ୟାଳୟ ତାଙ୍କୁ କାହିଁକି ପୁନଃନିଯୁକ୍ତି ଦେବେ ତା’ର ଯଥାର୍ଥ କାରଣ ଓ ଏବେ ସଂକଳ୍ପରେ ଜାରି ହୋଇଥିବା ସର୍ତ୍ତାବଳୀକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930