Indus Valley Times

ଅଭିଯୋଗକାରୀଙ୍କୁ ଦିଆଯାଇଥିଲା ଟଙ୍କା, ସାମିଲ ଥିଲେ ବିଜେଡ଼ି ନେତା ଓ ପୋଲିସ ଅଧିକାରୀ, ଅର୍ଚ୍ଚନା ନାଗଙ୍କ ଫାସରେ ଫସିବେ କି ବଡ଼ ବଡ଼ିଆ ?

 Breaking News

July 12
17:54 2025

ଭୁବନେଶ୍ୱର,୧୨/୭: ଅର୍ଚ୍ଚନା ନାଗଙ୍କ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ଅମରେଶ ଜେନା। ସେ କହିଛନ୍ତି, ମୋର ଏହି ଘଟଣାରେ ସମ୍ପୃକ୍ତି ନାହିଁ, ତଦନ୍ତ ପରେ ସବୁ ସତ ଜଣାପଡ଼ିବ। ଅର୍ଚ୍ଚନା କାହା କଥାରେ ପଡ଼ି ଏପରି କହୁଛନ୍ତି କି କ’ଣ ମୁଁ ଜାଣିପାରୁନି। ସେ ଯେତେବେଳେ ମୋ ନାଁ ନେଇଛନ୍ତି, ମୁଁ କ’ଣ ବାହାରକୁ ପଳାଇବି ବୋଲି ପ୍ରଶ୍ନ କରିଛନ୍ତି ଅମରେଶ।
ସୂଚନା ଥାଉକି, ବିଜେଡି ବିରୋଧରେ ବର୍ଷିଲେ ଅର୍ଚ୍ଚନା ନାଗ। ତାଙ୍କ ଗିରଫଦାରୀ ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କହିଥିଲେ ଅର୍ଚ୍ଚନା। ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇଥିଲେ ଅର୍ଚ୍ଚନା ନାଗ। ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି। ତତ୍କାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ ମଧ୍ୟ ସମ୍ପୃକ୍ତ ବୋଲି ଅର୍ଚ୍ଚନା କହିଛନ୍ତି।
ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ପରେ ଆଜି ପ୍ରେସମିଟ କରି ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା। ସେ କହିଛନ୍ତି, ତାଙ୍କୁ ପଛରୁ ଛୁରି ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ। ଆଜି ସେମାନଙ୍କ ନା ନେଇ ସେମାନଙ୍କ ବିରୋଧରେ ଖୋଲା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ଏନେଇ ବିଜେଡି ନେତା କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930