Legatus

ଅମୃତ ଭାରତ ଟ୍ରେନକୁ କଟକରେ ଜୋରଦାର ସ୍ୱାଗତ, ସପ୍ତାହକୁ ଚାଲିବ ଥରେ

 Breaking News

ଅମୃତ ଭାରତ ଟ୍ରେନକୁ କଟକରେ ଜୋରଦାର ସ୍ୱାଗତ, ସପ୍ତାହକୁ ଚାଲିବ ଥରେ

December 31
12:42 2023

ଭୁବନେଶ୍ୱର,୩୧/୧୨: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍। ଆଜି ଏହାକୁ ଭୁବନେଶ୍ବର ରେଳ ଷ୍ଟେସନରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି।
ଏଠାରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁନ୍ନା ଖାଁ ମଧ୍ୟ ଉପସ୍ଥିତ ଥିଲେ। ଏହି ଟ୍ରେନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏଥିରେ ଉଭୟ ଶୀତତାପ ନିୟନ୍ତ୍ରିତ ଏବଂ ଅଣ ଶୀତତାପ ନିୟନ୍ତ୍ରିତ ବଗି ରହିଛି। ଅମୃତ ଭାରତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହାର ଯାତ୍ରୀଭଡ଼ା କମ୍ ଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ପୂର୍ବତଟ ରେଳପଥ ଦେଇ ଚାଲିବ ଓ ଏଥିରେ ଓଡ଼ିଶା ରହିଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ବାଲେଶ୍ବର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ବେଙ୍ଗାଲୁରୁ ଯିବ।ଏହି ଟ୍ରେନ୍କୁ ସ୍ୱାଗତ କରିବାର କାର୍ଯ୍ୟର‌୍ୟ୍ୟକ୍ରମ ରହିଛି।
୩୦ ତାରିଖରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ୍ ପୂର୍ବାହ୍ନ ୧୧ଟାରେ ମାଲଦା ଟାଉନ୍ରୁ ଛାଡି ଜାନୁଆରି ପହିଲା ରାତି ୮ଟାରେ ବେଙ୍ଗାଲୁରୁରେ ପହଞ୍ଚିବ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହି ଟ୍ରେନ୍ ୩୦ ତାରିଖରେ ଭଦ୍ରକ ଷ୍ଟେସନରେ ରାତ୍ରି ୯ଟା ୫୮ରେ ପହଞ୍ଚିବ ଏବଂ ରାତି ୧୦ଟାରେ କଟକ ଅଭିମୁଖେ ଯାତ୍ରା କରିବ। ରାତି ୧୦ଟା ୫୦ରେ କଟକରେ ପହଞ୍ଚି ୩୧ ତାରିଖ ସକାଳ ୭ଟାରେ ଭୁବନେଶ୍ୱର ଯାତ୍ରା କରିବ। ୩୧ ତାରିଖ ସକାଳ ୭ଟା୪୦ରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ବେଳେ ୮ଟା ୨୦ରେ ଏବଂ ବ୍ରହ୍ମପୁରରୁ ପୂର୍ବାହ୍ନ ୯ଟା ୫୫ରେ ଛାଡ଼ି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।
ତେବେ, ଏହି ଟ୍ରେନ୍ ପାଇଁ ନିୟମିତ ସେବା ମାଲଦା ଟାଉନ୍ ଠାରୁ ଜାନୁଆରି ୭ଠାରୁ ଏବଂ ଏସଏମ୍ଭିଟି ବେଙ୍ଗାଲୁରୁରୁ ୯ ତାରିଖରୁ ଆରମ୍ଭ ହେବ।ଏହି ଟ୍ରେନ୍ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୮ଟା ୫୦ରେ ମାଲଦା ଟାଉନ୍ ଛାଡି ମଙ୍ଗଳବାର ଦିନ ଭୋର ୩ଟାରେ ବେଙ୍ଗାଲୁରୁରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ବେଙ୍ଗାଲୁରୁରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୧ଟା ୫୦ରେ ଛାଡି ଗୁରୁବାର ଦିନ ପୂର୍ବାହ୍ନ ୧୧ଟାରେ ମାଲଦା ଟାଉନ୍ରେ ପହଞ୍ଚିବ।
ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଓ ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ମଧ୍ୟରେ ଶ୍ରୀକାକୁଲମ, ବିଜୟନଗରମ୍ ଏବଂ ବିଶାଖାପଟନମ୍ ଷ୍ଟେସନ ଠାରେ ଏହି ଟ୍ରେନ୍ ରହଣି କରିବ ବୋଲି କୁହାଯାଇଛି।
ଅମୃତ ଭାରତ ଏକ୍ସପ୍ରେସ୍ ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ୍ ଯାତ୍ରୀବାହୀ ଟ୍ରେନ୍। ଏହା ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ ଏଲଏଚ୍ବି କୋଚ୍ ଅର୍ଥାତ୍ ପୁସ୍ ପୁଲ୍ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ। ଏଥିରେ ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର‌୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲ୍ଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇ ଦିଆଯିବ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31