Indus Valley Times

ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କସ ଆସୋସିଏସନ ପକ୍ଷରୁ ଆଠ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

 Breaking News

ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କସ ଆସୋସିଏସନ ପକ୍ଷରୁ ଆଠ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କସ ଆସୋସିଏସନ ପକ୍ଷରୁ ଆଠ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ
August 21
20:24 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୧ / ୮ : ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ରାଜ୍ୟ ଶାଖାର ନିଷ୍ପତି କ୍ରମେ, ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ୮ ଦଫା ଦାବୀପତ୍ର ପ୍ରଦାନ ସହିତ ଓଡିଶାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ, ମିଶନଶକ୍ତି ବିଭାଗ ଉଦ୍ଦେଶ୍ୟରେ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।
ସମ୍ମନିତ ଶିଶୁ ବିକାଶ ଯୋଜନାକୁ ୫୦ ବର୍ଷ ପୁର୍ଣ୍ଣ ହେବାକୁ ଯାଉଥିବା ବେଳେ ସମସ୍ତ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନେ ସମ୍ପୂର୍ଣ ଉତ୍ସର୍ଗୀକୃତ ଭାବରେ ସେମାନଙ୍କର କର୍ଭବ୍ୟ ପାଳନ କରିଆସୁଛନ୍ତି, ଫଳସ୍ବରୂପ ପୋଲିଓ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ।
କରୋନା ପରି ମହାମାରୀ ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ଏକ ଅମୂଲ୍ୟ ଅବଦାନ ଦେଇ ଦେଶକୁ ଭୟଙ୍କର ମହାମାରୀରୁ ରକ୍ଷା କରିଛନ୍ତି । ୫୦ ବର୍ଷର ଦୀର୍ଘ ଯାତ୍ରା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କେବଳ ଏକ ଯୋଜନା ମଧ୍ୟରେ ସୀମିତ ରହିଛି ।
ଏଣୁ ଅଙ୍ଗନୱାଡ଼ି କର୍ମଚାରୀ ମହଲରେ ନୈରାଶ୍ୟ ପ୍ରକାଶ ପାଇବା ସ‌ହ ନିଜ ସମସ୍ୟା ସମ୍ମିଳିତ ଦାବୀ ଗୁଡିକ ସମାଧାନ ପାଇଁ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଆଇ.ସି.ଡି.ଏସ୍. ଯୋଜନାର ନାମ ଉଚ୍ଛେଦ କରାଯିବା ସହ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା, ସରକାରୀକରଣ ନହେବା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସର୍ବନିମ୍ନ ଯଥାକ୍ରମେ ୧୮,୦୦୦ ଟଙ୍କା ଏବଂ ସହାୟିକାଙ୍କ ପାଇଁ ୯,୦୦୦ ଟଙ୍କା ପ୍ରଦାନ, ଅବସର ପରେ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାଙ୍କୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୫ ଲକ୍ଷ ଟଙ୍କାର ଅବସରକାଳୀନ ସହାୟତା ରାଶି ପ୍ରଦାନ କରାଯିବା ସହିତ ମାସିକ ପେନସନ କର୍ମୀଙ୍କୁ ୫୦୦୦/-ଟଙ୍କା ଏବଂ ସହାୟିକାଙ୍କୁ ୩୦୦୦/- ଟଙ୍କା ପ୍ରଦାନ ପ୍ରଭୃତି ଦାବୀ ଗୁଡିକ ରହିଛି । ସେହିଭଳି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକର ନିଜସ୍ବ ଗୃହନିର୍ମାଣ ପୂର୍ବ ଭଳି ନ କରି ଉନ୍ନ‌ତ ମାନର କେନ୍ଦ୍ର ତିଆରି କରିବା ସହିତ ପ୍ରତି କେନ୍ଦ୍ରକୁ ଜଳ ଓ ବିଦ୍ୟୁତ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯିବା, କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ସହିତ ପରିବାରର ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ସେହି ସ୍ଥାନରେ ନିଯୁକ୍ତି ସୁଯୋଗ ପ୍ରଦାନ, ଅବସରପ୍ରାପ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନିମନ୍ତେ ଡ଼ିସଏନଗେଜ ଶବ୍ଦକୁ ଉଚ୍ଛେଦ କରି ରିଟାୟାରମେଣ୍ଟ ଶବ୍ଦ ବ୍ୟବହାର କରିବା ଏବଂ ଅବସରକାଳୀନ ସହାୟତା ରାଶି ଦୁଇ ମାସ ମଧ୍ୟରେ ପ୍ରଦାନ, ୨୦୨୪ ବିଧାନସଭା ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବେତନ ବୃଦ୍ଧି ପ୍ରତିଶୃତିକୁ ତୁରନ୍ତ ଲାଗୁକରି କର୍ମୀ ଓ ସହାୟିକାଙ୍କ ମନୋବଳ ବଢାଇବା ସହିତ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଯୋଗ୍ୟତା ଭିଭିରେ ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପ୍ରଦାନ ଭଳି ଦାବୀ ରହିଛି ।
ଏହି ବିକ୍ଷୋଭ କାର‌୍ୟ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀମତୀ ପ୍ରଭାତୀ ପଟ୍ଟନାୟକ ଅଧ୍ୟକ୍ଷତା ଓ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ସରସ୍ୱତୀ ବଳିୟାରସିଂହ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାନେତ୍ରୀ ସୌମ୍ୟସ୍ନିଗଧା ସୁନ୍ଦରାୟ, ନମିତା ପ୍ରଧାନ, ସନ୍ଧ୍ୟାରାଣୀ ଭୂୟାଁ, କବିତା ସ୍ବାଇଁ, ସନ୍ଧ୍ୟାରାଣୀ ପ୍ରଧାନ, ଶର୍ମିଷ୍ଠା ପାତ୍ର, ସୂର୍ଯ୍ୟମଣି, ମମତା, ଦମୟନ୍ତୀ ଆଦିଙ୍କ ସହ ରାଜ୍ୟ ସଂଘ ତରଫରୁ ସାଧାରଣ ସମ୍ପାଦିକା ଶ୍ରୀମତୀ କୁଞ୍ଜଲତା ଦାସ କାର୍ଯ୍ୟକାରିଣୀ ସଭାପତି ସୁଶ୍ରୀ ବନୀତାଞ୍ଜଳୀ ଦାସ, ରାଜ୍ୟ କୋଷାଧକ୍ଷ ମନ୍ଦାକିନୀ ପ୍ରଧାନ ଆଦିଙ୍କ ସହ ଭାରତୀୟ ମଜଦୂର ସଙ୍ଘ ତରଫରୁ ରାଜ୍ୟ ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ, ସମ୍ପାଦକ ସତ୍ୟବ୍ରତ ପରିଡା, ଜିଲ୍ଲା ସଭାପତି ଅକ୍ଷୟ କୁମାର ରାଉତରାୟ ଓ ଜିଲ୍ଲା ସମ୍ପାଦକ ଅମରେଶ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ଏକ ହଜାରରୁ ଉର୍ଦୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031