Indus Valley Times

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି

 Breaking News

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି

January 06
17:43 2025

ଭୁବନେଶ୍ୱର,୬/୧: ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋୟର ପିଏମଜିରୁ ଓଡ଼ିଶା ସରକାରଙ୍କୁ ବର୍ଷିଛନ୍ତି ନବୀନ। ନବୀନ ଦଳବଳ ସହ ଏକାଠି ହୋଇ ରାଜରାସ୍ତାରେ ଗର୍ଜନ କରିଛନ୍ତି।
ଆନ୍ଦୋଳନରେ ଭାଗ ନେଇ ଗଣବିକ୍ଷୋଭକାରୀଙ୍କ ମନରେ ରଣହୁଙ୍କାର ଭରିଛନ୍ତି ନବୀନ । ଭାଜପା ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳ ଅର୍ଥନୈତିକ ପରିଚାଳନା ଏବଂ ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ରାଜରାସ୍ତାରୁ ସିଧା ଟାର୍ଗେଟ କରିଛନ୍ତି ନବୀନ ।
ଏହାକୁ ନେଇ ନବୀନଙ୍କୁ ଟାର୍ଗେଟ କରିଛି ଭାଜପା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବୀନଙ୍କୁ କଡା ଜବାବ ରଖିଛନ୍ତି। ସେ କହିଛନ୍ତି, ବିଜେଡି ଯାହା କହୁଛି ନାଟକ ଛଡା କିଛି ନୁହେଁ । ପନିପରିବା, ତେଲ, ଡାଲି ଦର କମ୍ ଅଛି। ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ଅଛି। ନବୀନ ଯେଉଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ୨୪ବର୍ଷ ଭିତରେ କେତେ ଥର ଫିଲ୍ଡକୁ ଯାଇଛନ୍ତି?
ତେବେ ବିକ୍ଷୋଭ ସ୍ଥଳରେ ନବୀନ କହିଛନ୍ତି, ଜୁନ ମାସରେ ଭାଜପା ସରକାର ଗଠନ ହୋଇଥିଲା । ହେଲେ ଏବେ ଲୋକଙ୍କ ସୁଖଦୁଃଖ ସହ ଏହି ସରକାରର ସମ୍ପର୍କ ଥିବା ଭଳି ଜଣାପଡୁନି ।
ଡାଲି ଚାଉଳ ଠାରୁ ଆରମ୍ଭ କରି ଔଷଧ ସବୁ ଅତ୍ୟାବଶ୍ୟକ ପଦାର୍ଥର ଦର ବୃଦ୍ଧି ହୋଇଚାଲିଛି । ସାଧାରଣ ଲୋକଙ୍କ ପାଇଁ ଏବେ ବଞ୍ଚିବା କଷ୍ଟକର ହୋଇପଡ଼ିଛି । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ମା’ ମାନେ କାନ୍ଦୁଛନ୍ତି । ଚାଷୀ ବି କାନ୍ଦୁଛନ୍ତି । କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବୋଲି କହି କଟାକ୍ଷ କରିଛନ୍ତି ନବୀନ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031