Indus Valley Times

ଆଉ ଯାତ୍ରାରେ ହେବନି ନଗ୍ନ ନୃତ୍ୟ; କଠୋର ହେଲେ ସରକାର

 Breaking News

ଆଉ ଯାତ୍ରାରେ ହେବନି ନଗ୍ନ ନୃତ୍ୟ; କଠୋର ହେଲେ ସରକାର

October 30
22:26 2024

ଭୁବନେଶ୍ୱର, ୩୦/୧୦ : ଯାତ୍ରାରେ ଦିନକୁ ଦିନ ଅଶ୍ଳୀଳ ନୃତ୍ୟ ବଢିବାରେ ଲାଗିଛି । କଳାକାରମାନେ ଅଶ୍ଳୀଳ ନୃତ୍ୟର ସୀମା ଲଙ୍ଘୁଥିବା ଦେଖିବାକୁ ମିଳିଛି । ଏହାକୁ ରୋକିବା ପାଇଁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବି ଉଠିଲାଣି ।
ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରାରେ ଏଭଳି ନାଚକୁ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ।
ସେ କହିଛନ୍ତି, ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି। ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ। ଏହି ପ୍ରସଙ୍ଗରେ ବିଚାର କରି ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକମାନଙ୍କୁ ଅନୁରୋଧ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀ ଆହୁରି କହିଛନ୍ତି, ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ। ସେଥିପାଇଁ ନିୟମ ଆସିଛି। ବାରରେ କେବଳ ଅକ୍ରେଷ୍ଟ୍ରା ହେବ ଏବଂ ଗୀତ ସଙ୍ଗୀତ ପରିବେଷଣ ହେବ। ଡ୍ୟାନ୍ସ ବାରର ସବୁଠି ଲାଗିବ ସିସିଟିଭି କ୍ୟାମେରା । ଡ୍ୟାନ୍ସ ବାରରେ ଡ୍ୟାନ୍ସକୁ ବାରଣ କରାଯାଇଛି ।
ଡ୍ୟାନ୍ସ ବଦଳରେ ଗୀତ ଗାଇପାରିବେ ବୋଲି ସୂଚନା ମିଳିଛି । ବାରରେ ମ୍ୟୁଜିକାଲ ପରଫରମାନ୍ସ ହେଉଥିବା ଷ୍ଟେଜ ସିସିଟିଭି ନଜରରେ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଡ୍ୟାନ୍ସ ବାରରେ ଥିବା କଟକଣା ବଳବତ୍ତର ରହିବ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930