Indus Valley Times

ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍, ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ରେଡ୍

 Breaking News

ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍, ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ରେଡ୍

ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍, ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ରେଡ୍
November 08
12:15 2025

କଟକ, ୮/୧୧ : ବାଲିଯାତ୍ରାରେ ଆକ୍ସନ ମୋଡରେ ଖାଦ୍ୟ ସୁରକ୍ଷା ବିଭାଗ । ଆଜି ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍ ମଧ୍ୟ କଟାଯାଇଛି ।
ସୂଚନା ଅନୁଯାୟୀ, କଟକରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ୨୦୨୫ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରସିଦ୍ଧ ଯାତ୍ରା ବୁଲିବା ସହ ଅନେକ କିଣାକିଣି ଏବଂ ଖାଦ୍ୟ ମଧ୍ୟ ଖାଉଛନ୍ତି ।
ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସିଏମ୍‌ସି ଖାଦ୍ୟ ସୁରକ୍ଷା ୟୁନିଟ୍ । ଶନିବାର ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ ଥିବା ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ କରିଥିଲା । ଏହି ଚଢାଉରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ବାସୀ ଖାଦ୍ୟ ଥିବାର ଦେଖିବାକୁ ମିଳିଥିଲା। ଯାହାପରେ ତୁରନ୍ତ ସେହି ଖାଦ୍ୟକୁ ନଷ୍ଟ କରିବା ସହ ଉକ୍ତ ଷ୍ଟଲଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031