Indus Valley Times

ଆକ୍ସନରେ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାଙ୍କୁ ଏନକାଉଣ୍ଟର

 Breaking News

ଆକ୍ସନରେ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାଙ୍କୁ ଏନକାଉଣ୍ଟର

May 31
10:24 2026

ପୁରୀ, ୩୧/୫ : ବିଗତ କିଛି ଦିନ ହେଲା ଓଡ଼ିଶା ପୁଲିସ କୁଖ୍ୟାତ ଅପରାଧୀଙ୍କ ବିରୋଧରେ ବଡ଼ଧରଣର ଅଭିଯାନ ଚଳାଇଛି। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ପୋଲିସ କର୍ମଚାରୀ ସୌମ୍ୟରଂଜନଙ୍କୁ ପିଟିପିଟି ମାରିଦେବା ପରେ ପୋଲିସ ଆକ୍ସନ ମୁଡ଼‌କୁ ଆସିଛି। ଗଂଜାମ, ସମ୍ବଲପୁର ଏବଂ ଝାରସୁଗୁଡ଼ା ପରେ ପୋଲିସ ପୁରୀରେ ଅଭିଯାନ ଚଳାଇଛି। ଏହି କ୍ରମରେ ପୁରୀ ପୋଲିସ ଗତକାଲି ରାତିରେ ଜଣେ କୁଖ୍ୟାତ ଅପରାଧୀର ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନେଇଛି।
ବାସେଳୀ ସାହି ଥାନା ପୁଲିସ ଜଣେ ଦୁର୍ଦ୍ଧାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି, ଯେଉଁଥିରେ ସେ ଗୁରୁତର ହୋଇଛି। ତାକୁ ପୁରୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାଧୀ ହେଲା କୋଣାର୍କ ହାଟ ଦଣ୍ଡା ଅଞ୍ଚଳର ଚନ୍ଦନ ଜେନା।
ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଚନ୍ଦନ ଜେନା ଶନିବାର ରାତିରେ ଓମକାରେଶ୍ବର ମନ୍ଦିର ନିକଟରେ ଚଳପ୍ରଚଳ କରୁଛି। ଏହି ସୂଚନା ଆଧାରରେ ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା। ପୋଲିସକୁ ଦେଖି ଚନ୍ଦନ ବିଚଳିତ ହୋଇ ଥିଲା। ଘଟଣାସ୍ଥଳରୁ ଫେରାର ମାରିବା ପୂର୍ବରୁ ଗୁଳିଚୋଟରେ ସେଠାରେ ଅଟକି ଯାଇଥିଲା।
ପୋଲିସର ଗୁଳିମାଡ଼ ଚନ୍ଦନର ଡାହାଣ ପଟ ଗୋଡ଼ରେ ବାଜିଛି। ସେ ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ ତାକୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପୋଲିସ କହିଛି ଯେ, ଗୁରୁତର ଚନ୍ଦନ ଜେନା ଜଣେ ପେଶାଦାର ଅପରାଧୀ। ତା’ରନାମରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି। ପୁଲିସ ଦୀର୍ଘ ଦିନ ହେବ ତାକୁ ଖୋଜୁଥିଲା। ଅନ୍ୟପଟରେ ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ବାସେଳୀ ସାହି ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031