Indus Valley Times

ଆଜି ନୀଳାଦ୍ରି ବିଜେ : ରସଗୋଲାରେ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ

 Breaking News

ଆଜି ନୀଳାଦ୍ରି ବିଜେ : ରସଗୋଲାରେ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ

ଆଜି ନୀଳାଦ୍ରି ବିଜେ : ରସଗୋଲାରେ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ
July 08
14:19 2025

ଭୁବନେଶ୍ୱର, ୮/୭: ଆଜି ହେଉଛି ରସଗୋଲା ଦିବସ। ନୀଳାଦ୍ରି ବିଜେ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଂଜନ କରିବା ପାଇଁ ରସଗୋଲା ଖୁଆଇବାର ବିଧି ରହିଛି । ଯାହା ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରମ୍ପରା । ଏହାକୁ ନେଇ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।
ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। ତେବେ ଏହା କେବେ ଆରମ୍ଭ ହେଲା ତାହା ବାବାଦରେ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ କେଳୁ ଚରଣ ବେହେରା ପାହାଳଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।
୨୦୧୫ ଜୁଲାଇ ୩୦ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲ। ଏହାପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।
ପୌରାଣିକ କଥା ଅନୁଯାୟୀ, ରସଗୋଲା ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଭାବରେ ଅର୍ପଣ କରାଯାଇଛି। ବିଶ୍ୱାସ କରାଯାଏ, ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ବିନା ଅନୁମତିରେ ୯ ଦିନର ଯାତ୍ରାରେ ଯାଇଥିଲେ। ସ୍ବାମୀ ଏବଂ ତାଙ୍କ ଯାତ୍ରାକୁ ନେଇ ମା’ ଲକ୍ଷ୍ମୀ ରାଗି ମନ୍ଦିରର ପ୍ରବେଶ ଦ୍ୱାରରେ ତାଲା ପକାଇ ଦେଇଥିଲେ ଯେ, ତାଙ୍କ ସ୍ବାମୀ ଯେପରି ଘର ଭିତରକୁ ପ୍ରବେଶ ନ କରନ୍ତି। ତେଣୁ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଅର୍ପଣ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ ରସଗୋଲା ଦିବସ ସହିତ ଜଡ଼ିତ ରହିଛି। ଯାହାକି ରସଗୋଲାର ଇତିହାସ ଏବଂ ଉତ୍ପତ୍ତି ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ପାଳନ କରାଯାଉଛି।
କ୍ଟ

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930