ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା,କରୋନା କଟକଣା ପାଇଁ ଫିକା ପଡ଼ିଲା ଡଙ୍ଗାଭସା
![ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା,କରୋନା କଟକଣା ପାଇଁ ଫିକା ପଡ଼ିଲା ଡଙ୍ଗାଭସା](http://indusvalleytimes.com/news/wp-content/uploads/2021/11/danga-680x365_c.jpg)
ଭୁବନେଶ୍ୱର ,୧୯/୧୧: ଆ-କା-ମା-ବୈ, ପାନ ଗୁଆ ଖାଇ। ପାନ ଗୁଆ ତୋର, ମାସିକ ଧରମ ମୋର’…..ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ । ଏହି ଦିନ ରେ ନଦୀ,ପୋଖରୀ ଆଦି ସ୍ଥାନରେ ଡ଼ଙ୍ଗା ଭସାଯିବାର କାର୍ଯ୍ୟକ୍ରମ ରହିଛି । ସକାଳୁ ଭକ୍ତମାନେ ସ୍ନାନ କରି ଡ଼ଙ୍ଗା ଭସାଇଥାନ୍ତି । କାର୍ତ୍ତିକ ମାସର ଏହା ଏକ ବଡ଼ ଦିନ ବୋଲି ମନାଯାଏ ।
ହେଲେ ଚଳିତ ବର୍ଷ କରୋନା ଭୁତାଣୁ ପାଇଁ ସବୁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁନାହିଁ କି ପୋଖରୀରେ ଡ଼ଙ୍ଗା ମଧ୍ୟ ଦୃଶ୍ୟମାନ ହେଉନାହିଁ । ମନ୍ଦିର ମାଳିନୀ ଭୁବନେଶ୍ୱରରେ ଚଳିତ ବର୍ଷ କରୋନା ପାଇଁ ଡଙ୍ଗା ଭସା ଉପରେ ବ୍ୟାନ କରାଯାଇଛି।
କେହି ଡଙ୍ଗା ଭସାଇପାରିବେ ନାହିଁ। ଯାହା ଫଳରେ ଲୋକଙ୍କ ଭିଡ ନାହିଁ । କଟକରେ ମଧ୍ୟ କଟକଣା ଜାରି ହୋଇଛି । ସର୍ବସାଧାରଣ ସ୍ଥାନରେ କେହି ବୁଡ ପକାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଲୋକଙ୍କ ସୁରକ୍ଷା ପ୍ରଥମେ ।
କୋଭିଡ ବ୍ୟାପିବା ଆଶଙ୍କାରେ କେହି ଜଳାସୟକୁ ଯାଇ ଡଙ୍ଗା ଭସାଇ ପାରିବେ ନାହିଁ । କେଉଁଠି ଯେପରି ଭିଡ ନ ଜମିବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠକୁ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ ।
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ସଂପୂର୍ଣ୍ଣ ଭାବେ ପୀଠକୁ ୧୪୪ ଧାରା ଜାରି କରିବା ସହିତ ଭକ୍ତ , ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀ ମାନଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।