Indus Valley Times

ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ

 Breaking News

ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ

December 02
18:57 2025

ପୁରୀ, ୨/୧୨ : ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ । ପୁରୀ ଗୌରବିହାର ଆଶ୍ରମରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହୋଇଛି ୬୦୦ରୁ ଉର୍ଦ୍ଧ୍ବ ପ୍ରକାର ବ୍ୟଞ୍ଜନ। ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି ।
ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି । ଏହି ପରମ୍ପରାକୁ ବୈଷ୍ଣବ ଗୌଡ଼ୀୟ ମାନେ ବଞ୍ଚାଇ ରଖିଥିବା ବେଳେ ଏହି ପର୍ବର ଯଥେଷ୍ଟ ପୂର୍ବରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆରମ୍ଭ ହୁଏ ପ୍ରକ୍ରିୟା ।
କିମ୍ବଦନ୍ତୀ ଅନୁଯାୟୀ ଭଗବାନ କୃଷ୍ଣ ସବୁବେଳେ ମାତା ଯଶୋଦାଙ୍କ ପାଖରେ ଅଳି କରୁଥିଲେ । ମାତା ଯଶୋଦା ତାଙ୍କୁ ଶାନ୍ତ କରିବା ପାଇଁ ଆଜିର ଦିନ ଅର୍ଥାତ୍ ମାର୍ଗଶିର ଦ୍ବାଦଶୀ ତିଥିରେ ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ ।
ସେହି ପରମ୍ପରାକୁ ପାଳନ କରିବାକୁ ଯାଇ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ବାଦଶୀ ଉତ୍ସବ ପାଳିତ ହୋଇଥାଏ ।
ଏହି ପର୍ବ ଅବସରେ ବିଭିନ୍ନ ପ୍ରକାରର ଚଟଣୀ, ଅନ୍ନ, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୁଏ।
ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ ହୋଇଥିବାରୁ କୃଷ୍ଣଲୀଳାର ଏହି ପର‌୍ୟ୍ୟାୟକୁ ଗୌଡ଼ୀୟ ବୈଷ୍ଣବଧର୍ମୀମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି ।
ଏହି ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ପୂର୍ବ ଦିନରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ। ପ୍ରାୟ ୫୦ ରୁ ୬୦ ଜଣ ମହିଳା ଠାକୁରଙ୍କ ଲାଗି ଶହ ଶହ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031