Indus Valley Times

ଆତଙ୍କିତ ହୁଅନି, ତେଲ ଅଛି: ମୁଖ୍ୟ ସଚିବ

 Breaking News

ଆତଙ୍କିତ ହୁଅନି, ତେଲ ଅଛି: ମୁଖ୍ୟ ସଚିବ

ଆତଙ୍କିତ ହୁଅନି, ତେଲ ଅଛି: ମୁଖ୍ୟ ସଚିବ
May 18
21:37 2026

ଭୁବନେଶ୍ବର, ୧୮/୫ :ଓଡ଼ିଶାରେ ଇନ୍ଧନ ସଙ୍କଟକୁ ନେଇ ଚାରିଆଡ଼େ ଚର୍ଚ୍ଚା ଓ ତୈଳ ପମ୍ପରେ ଲମ୍ବା ଲାଇନ୍ ଦେଖାଯାଉଥିବା ବେଳେ ଏବେ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ “ରାଜ୍ୟରେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର କୌଣସି ଅଭାବ ନାହିଁ।” ସୋମବାର ଭୁବନେଶ୍ୱରରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ବଡ଼ ସୂଚନା ଦେଇ ଲୋକଙ୍କୁ ଗୁଜବର ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି।
ବୈଠକରେ ତେଲ ବିପଣନ କମ୍ପାନୀମାନେ ସରକାରଙ୍କୁ ସ୍ପଷ୍ଟ କରିଥିଲେ ଯେ ରାଜ୍ୟରେ ପେଟ୍ରୋଲ, ଡିଜେଲ, ଏଲପିଜି ଓ ୟୁରିଆର ପର‌୍ୟ୍ୟାପ୍ତ ମହଜୁଦ ରହିଛି ଏବଂ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ଅଛି। ତେଣୁ ଲୋକମାନେ ଅଯଥାରେ ଭୟଭୀତ ହୋଇ ପମ୍ପଗୁଡ଼ିକରେ ଭିଡ଼ କରିବାର କୌଣସି ଆବଶ୍ୟକତା ନାହିଁ।
ସରକାରଙ୍କ ମୁଖ୍ୟ ଫୋକସ୍ ଏବେ କଳାବଜାରୀ ଓ ବେଆଇନ ମହଜୁଦକୁ ରୋକିବା ଉପରେ। ଅନୁ ଗର୍ଗ ସଚେତନ କରାଇଛନ୍ତି ଯେ ଯେଉଁମାନେ ଅବୈଧ ଭାବରେ ଇନ୍ଧନ ମହଜୁଦ କରିବେ କିମ୍ବା କୃତ୍ରିମ ସଙ୍କଟ ସୃଷ୍ଟି କରିବେ, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସାରା ରାଜ୍ୟରେ ଇନ୍ଧନ ସପ୍ଲାଏ ସ୍ୱାଭାବିକ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ମନିଟରିଂ ଚାଲିଛି। ଏହା ସହ ତୈଳ ପମ୍ପଗୁଡ଼ିକରେ ଅନାବଶ୍ୟକ ଭିଡ଼ ଓ ଅତିରିକ୍ତ ମହଜୁଦକୁ ଏଡ଼ାଇବା ପାଇଁ ସରକାର ଲୋକଙ୍କୁ ସହଯୋଗ ଆହ୍ୱାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031