Indus Valley Times

ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ସ୍ଵାଗତ ସମାରୋହ

 Breaking News

ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ସ୍ଵାଗତ ସମାରୋହ

September 11
19:00 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି।
ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ କୈଳାସ ମଳିକ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ବିଭାଗୀୟ ମୁଖ୍ୟ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ଅଧ୍ୟାପିକା ସ୍ନେହଲତା ମାଝୀ, ଅଧ୍ୟାପିକା ସୁଲୋଚନା କହଁର, ଅଧ୍ୟାପକ ରୂପେଶକୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଛାତ୍ର ଜୀବନର ମହତ୍ତ୍ଵ ବଖାଣି ଥିଲେ । ଛାତ୍ରୀ ମାମାଲି ପାତ୍ର ସଂଯୋଜନା କରିଥିଲେ ।
ଯାଜ୍ଞସେନୀ, ତପସ୍ଵିନୀ, ଆଲୋକ, ବିଜ୍ଞାନୀ, ପୁଷ୍ପାଞ୍ଜଳି, ବଳରାମ, ଆୟିଶା,ଅର୍ଚ୍ଚନା, ସୁପ୍ରଭା, ଜ୍ୟୋତି, ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ ସଙ୍ଗୀତ ଗାନ କରିବା ସହନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ମଶାଣୀ ଜମି ଚିହ୍ନଟ ଓ ଶବଦାହ ଗୃହ ନିର୍ମାଣ ପାଇଁ ଜିଲ୍ଲା ନାଗରିକ ଫୋରମ୍ ପକ୍ଷରୁ ଦାବୀ ପତ୍ର ପ୍ରଦାନ
ବାଲିଗୁଡା, ୧୧/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ସଦର ବାଲିଗୁଡା ଏନଏସି ଅନ୍ତର୍ଗତ ସର୍ବ ପୁରାତନ ଜନବହୁଳ ଅଞ୍ଚଳ ୫,୬,୭ ନମ୍ବର ୱାର୍ଡ ରେ ମଶାଣି ଜମି ଚିହ୍ନଟ ଓ ଶବ ଗୃହ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ମଶାଣୀ ଜମି ଚିହ୍ନଟ ଓ ଶବଦାହ ଗୃହ ପାଚେରୀ ନିର୍ମାଣ ଓ ଆଲୋକ ପାଣି ବ୍ୟବସ୍ଥା ପାଇଁ କନ୍ଧମାଳ ଜିଲ୍ଲା ନାଗରିକ ଫୋରମ୍ ପକ୍ଷରୁ ବାଲିଗୁଡ଼ା ବ୍ଲକ୍ କୋଡ଼ିନେଟର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ବରେ ବାଲିଗୁଡ଼ା ଉପ ଜିଲାପାଳ ଡ଼.ରୀନା ପ୍ରଧାନ ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।
ଉପ ଜିଲାପାଳ ଡ଼.ରୀନା ପ୍ରଧାନ ଙ୍କ ଫୁଲବାଣୀ ଗ୍ରସ୍ତ କାର୍ଯ୍ୟକ୍ରମ ଥିବାରୁ ଆସିଷ୍ଟାଣ୍ଟ କଲେକ୍ଟର ରୂପକ କୁଜୁରୁ ଙ୍କୁ ଦାବୀ ପତ୍ର ଦିଆଯାଇଛି ।
ସୂଚନାଯୋଗ୍ୟ ଯେ କିଛି ବର୍ଷ ହେବ ଜମି ମାଫିଆ ଙ୍କର ଲୋଲୁପ ଦୃଷ୍ଟି ଯୋଗୁଁ ଧିରେ ଧିରେ ମଶାଣି ଭାବେ ବ୍ୟବହାର କରୁଥିବା ଜମି ସଙ୍କୁଚିତ ହେବାକୁ ବସିଲାଣି । ଜମି ମାଫିଆ ମାନେ ସ୍ମଶାନ ଜମି କୁ ମଧ୍ୟ ଅକ୍ତିଆର କରି ବିକ୍ରିକରି ଦେବାକୁ ଭୟ କରୁନାହାନ୍ତି।
ତିନି ୱାର୍ଡ ବାସିନ୍ଦା ମଶାଣି ଭାବେ ବ୍ୟବହାର କରୁଥିବା ଜମି ଚିହ୍ନଟ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ ଅହେତୁକ ବିଳମ୍ବ ଯୋଗୁଁ ମାଫିଆ ମାନେ ସରକାରୀ ଗୁଡିକ ବିକ୍ରି କରି ମାଲେମାଲ ହେଉଥିବା ନଜିର ରହିଛି। ମଶାଣି ରେ ଶବ ଗୃହ ଆଲୋକ ପାଣି ବ୍ୟବସ୍ଥା ନଥିବାରୁ ତିନି ପ୍ରମୁଖ ୱାର୍ଡବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ଷା ଦିନ ମଶାଣି ରେ ଶବ ରେ ଲାଗିଥିବା ଜୁଇ ମଧ୍ୟ ଲିଭି ଯାଇଥିବା ଅଭିଯୋଗ ହେଉଛି ।
ପରିତାପ ର ବିଷୟ ଯେ ଏନ୍ଏସି ଗଠନ ର ଦୁଇ ଯୋଜନା ଅଧକ୍ଷ ଭାବେ ଏବେ ଉପାଧକ୍ଷ ଭାବେ ନୂଆସାହି ରୁ ପ୍ରତିନିଧିତ୍ଵ କରିଛନ୍ତି କିନ୍ତୁ ଆନ୍ତରିକତା ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ ।
ପାଞ୍ଚ ବର୍ଷ ତଳେ ୧୪୭ ବାଟାଲିୟନ ରେ କାର୍ଯ୍ୟରତ ବିଏସଏଫ୍ ଜବାନ ଶହୀଦ ଦିନେଶ ପାତ୍ର ଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ତତ୍କାଳୀନ ଉପ ଜିଲ୍ଲାପାଳ ଏବଂ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇ ମଶାଣି ଜମି ଚିହ୍ନଟ, ଶବ ଗୃହ, ଆଲୋକ ପାଣି ବ୍ୟବସ୍ଥା, ପାଚେରୀ ନିର୍ମାଣ କରିବାକୁ ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିଲେ କିନ୍ତୁ ମାନ୍ୟବର ବିଧାୟକ ଅଦ୍ୟାବଧି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଫଳରେ ଲୋକେ ହିନସ୍ତା ଭୋଗୁଥିବା ଦେଖିବାକୁ ମିଳିଛି । ଆଲୋକ ବ୍ୟବସ୍ଥା ନ ଥିବାରୁ ଏପରି କି ଟର୍ଚ୍ଚ ଆଲୋକ ରେ ଶବ ଦାହ ହେଉଥିବା ଦେଖିବାକୁ ମିଳିଛି ।
ତିନି ୱାର୍ଡବାସୀ ବାରମ୍ବାର ପୂର୍ବ ସରକାର ଙ୍କ ପ୍ରଶାସନ ବିଧାୟକ ଙ୍କୁ ଅବଗତ କରିଥିଲେ ସୁଦ୍ଧା ଫଳ ଶୂନ ।ଲୋକଙ୍କ ସରକାର ମୋହନ ସରକାର ଙ୍କ ପ୍ରତି ଲୋକଙ୍କ ଅସ୍ଥା ଓ ବିଶ୍ବାସ ବଢୁଛି । ବର୍ତ୍ତମାନ ର ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ନାଗରିକ ଫୋରମ୍ ଓ ଗ୍ରାମବାସୀ ପ୍ରମୁଖ ଦାବୀ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031