Indus Valley Times

ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୪ ପାଳିତ

 Breaking News

ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୪ ପାଳିତ

October 08
22:48 2024

ମହେନ୍ଦ କୁମାର ଦର୍ଜିଙ୍କ ରିପୋର୍ଟ

ବଲାଙ୍ଗୀର, ୮/୧୦ : ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ,ବଲାଙ୍ଗୀର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ବଲାଙ୍ଗୀର ଆନୁକୁଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ,ଓଡ଼ିଶା ସରକାରଙ୍କ ଦ୍ଵାରା ଆନ୍ତର୍ଜାତୀୟ ବାଳିକା ଦିବସ ଅନୁଷ୍ଟିତ ହୋଇ ଯାଇଛି।ଏହି ଅବସରରେ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୪୦୦ ଜଣ ଝିଅ ଏକ ରେଲୀ ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ।
ଏହି ରେଳୀ କୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ପବିତ୍ର କୁମାର ବେହେରା ଫ୍ଲେଗ ମାଧ୍ୟମରେ ଉତ୍ଘାଟନ କରିଥିଲେ।ଏହାପରେ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଅରୁଣ କୁମାର ଖୁଆସ୍ ଅତିଥି ମାନଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ ଜଣାଇଥିଲେ।ଆଇନ୍ ପର୍ଯ୍ୟବେକ୍ଷକ ଶ୍ରୀ ଦିଗମ୍ବର କର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀ କନ୍ୟା ସନ୍ତାନ ମାନଙ୍କ ପାଇଁ ଉତ୍ତମ ଶିକ୍ଷା,ପୋଷଣ ଯୁକ୍ତ ଖାଦ୍ୟ,ଆତ୍ମ ସୁରକ୍ଷା ପାଇଁ ଜ୍ଞାନ ଓ ସାମର୍ଥ୍ୟ ବୃଦ୍ଧି ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ଏହି ବର୍ଷ ର କନ୍ୟା ସନ୍ତାନ ଙ୍କ ବିଷୟ ଯଥା,ବାଳିକା ମାନଙ୍କର ଭବିଷ୍ୟତ ଦୃଷ୍ଟିପାତ,ଝିଅମାନଙ୍କ ସ୍ୱରର ଗୁରୁତ୍ୱ ଏବଂ ସେମାନଙ୍କୁ ସମର୍ଥନ କରିବାର ଆବଶ୍ୟକତା ଉପରେ ଧ୍ୟାନ ଦେଇଥାଏ ଯାହା ସେମାନେ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟରେ ପହଞ୍ଚି ପାରିବେ ବୋଲି ଜଣାଇଥିଲେ।
ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ଗୀତ ମାଧ୍ୟମରେ କନ୍ୟା ସନ୍ତାନ ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରକାଶ ଥାଉ କି ଆନ୍ତର୍ଜାତୀୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ପାଳନ କରାଯାଏ।
ଜିଲ୍ଲା ସଂଯୋଜିକା ମିଶନ ଶକ୍ତି ଶ୍ରୀମତୀ ସୁମନ ଦ୍ବିବେଦୀ ସ୍ଲୋଗାନ ମାଧ୍ୟମରେ ଝିଅ ମାନଙ୍କୁ ଉତ୍ସାହିତ କରିଥିଲେ।ଅଧକ୍ଷ,ଶିଶୁ ମଙ୍ଗଳ ସମିତି ର ଶ୍ରୀ ଲମ୍ବୋଦର ଦୀପ ଝିଅମାନଙ୍କର ଉଦାହରଣ ଦେଇ ଝିଅମାନେ ସମଗ୍ର ବିଶ୍ୱରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନନ୍ତୁ ବୋଲି କହିଥିଲେ।
ଝିଅମାନଙ୍କର ଅଧିକାର ଏବଂ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ।ଲିଙ୍ଗଗତ ଅସମାନତା ବିଷୟରେ ସଚେତନତା ସୃଷ୍ଟି କରିବା ସହ ଶିକ୍ଷା,ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ପାଇଁ କହିଥିଲେ।ହିଂସା,ଅସହିଷ୍ଣୁତା ଭଳି ସମସ୍ୟାଗୁଡିକ ସମାଧାନ କରନ୍ତୁ ବୋଲି ବକ୍ତା ମାନେ ଅଭିଭାଷଣରେ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ ବଗର୍ତ୍ତି ସୁଧାଂଶୁ ଶେଖର କୁମ୍ଭାର,ଦେବାଶିଷ ପଟେଲ, ଶ୍ରଦ୍ଧାଞ୍ଜଳି ସିଂ,ପୁଷ୍ପାଞ୍ଜଳି ସୁନା,ବିକ୍ରମ ପଣ୍ଡା,ସୁଦାମ ସୁନା ସକ୍ରିୟ ଅଂଶଗ୍ରହଣ କରିଥିଲେ।
ପରିଶେଷରେ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930