Indus Valley Times

ଆସନ୍ତାକାଲି ଦିନ ୧ଟା ପରେ ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି

 Breaking News

ଆସନ୍ତାକାଲି ଦିନ ୧ଟା ପରେ ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି

ଆସନ୍ତାକାଲି ଦିନ ୧ଟା ପରେ ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି
January 10
19:09 2023

ଭୁବନେଶ୍ୱର,୧୦/୧: ହକି ବିଶ୍ୱକପ୍ ଉଦଘାଟନୀ ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍ଘାଟନୀ କାର‌୍ୟ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ଆଜି ସନ୍ଧ୍ୟା ବେଳେ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ମହାଆଡମ୍ୱରେ ପୁରୁଷ ହକି ବିଶ୍ୱକପ୍ ଉଦ୍ଘାଟନ ଉତ୍ସବ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନ ଉତ୍ସବରେ ବଲିଉଡ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଅଂଶ ଗ୍ରହଣ କରି ଆକର୍ଷଣୀୟ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିବେ। ସେଥିପାଇଁ ବ୍ୟାପକ ସୁରରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦିନ ସାଢ଼େ ୧୨ଟାରୁ କଟକ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକ କଟକଣା ଲାଗୁ ହେବ। ଯାହା ଉଦଘାଟନୀ ସମାରୋହ ଶେଷ ପର‌୍ୟ୍ୟନ୍ତ ବଳତ୍ତର ରହିବ ବୋଲି ଜଣାପଡ଼ିଛି। ବିଶ୍ୱକପ୍ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର‌୍ୟ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031