Indus Valley Times

ଇଂରାଜୀ କ୍ୟାଲେଣ୍ଡର ପରିବର୍ତ୍ତେ ଭାରତୀୟ ନବ ବର୍ଷ କ୍ୟାଲେଣ୍ଡର ପ୍ରଚଳନ ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର

 Breaking News

ଇଂରାଜୀ କ୍ୟାଲେଣ୍ଡର ପରିବର୍ତ୍ତେ ଭାରତୀୟ ନବ ବର୍ଷ କ୍ୟାଲେଣ୍ଡର ପ୍ରଚଳନ ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ଇଂରାଜୀ କ୍ୟାଲେଣ୍ଡର ପରିବର୍ତ୍ତେ ଭାରତୀୟ ନବ ବର୍ଷ କ୍ୟାଲେଣ୍ଡର ପ୍ରଚଳନ ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର
April 14
19:03 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୧୪/୪: ଥିଙ୍କର୍ସ କ୍ଳବ୍ ର ୧୧୫ ତମ ଆଭାସୀ ଆଲୋଚନା ବେଦ ମଣିଷ କୃତ କି..? ବିଷୟରେ ଅନୁଷ୍ଠିତ ହୋଇଯାଇଛି ।
ବେଦବିତ୍ ସନୋ ଦେବୀ, ଇ ପ୍ରିୟବ୍ରତ ଦାସ ଓ ଡାକ୍ତର ଗୋପାଳ ଚନ୍ଦ୍ର ଦାସ ଏ ବିଷୟରେ ବିଶଦ ଆଲୋଚନା କରି ବେଦ ଅପୌରେଶୟ ଓ ବେଦ ର ଲୌକିକ ନାମ ଶ୍ରୁତି ବୋଲି କହିଥିଲେ ।
ବେଦ ର ପ୍ରଥମ ଶବ୍ଦ ଓଁ । ବ୍ୟାସ ଓ ଅନ୍ୟମାନେ ଭାଷ୍ୟ କଲା ପରେ ଏହା ଲୋକଲୋଚନକୁ ଆସିଛି । ଡାକ୍ତର ଗୋପାଳ ଦାସ ଓ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଆଭାଶୀ ଆଲୋଚନାରେ ମତ ଦେଇ କହିଲେ ଯେ ବେଦ ମତେ ସନାତନ ସଂସ୍କୃତିରେ ନବ ବର୍ଷ ପାଳନ ସୌର ମାସ କିମ୍ବା ଚନ୍ଦ୍ର ମାସରେ ପାରମ୍ପରିକ ଗଣନା ଅନୁସାରେ ପାଳିତ ହୋଇଥାଏ ।
ଚନ୍ଦ୍ର ମାସ ଗଣନା ଅନୁସାରେ ଏହି ରାଷ୍ଟ୍ରୀୟ ନବ ବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦ। ତିଥିରେ ପାଳିତ ହେଉଥିବା ବେଳେ ସୌର ମାସର ଗଣନା ଅନୁଯାୟୀ ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗଣନା କରାଯାଏ ।
ମେଷ ସଂକ୍ରାନ୍ତି ରେ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଏହି ଦିନ ଟି ମହା ବିଷୁବ ସଂକ୍ରାନ୍ତି ଭାବେ ନାମିତ ।
ଏହି ଦିନଟି ଓଡ଼ିଆ ନବ ବର୍ଷ ପାଳନ ସହିତ ନୂତନ ପଞ୍ଜିକା ପ୍ରଚଳନ ହୁଏ । ଏ ଉପଲକ୍ଷେ ଗତ କାଲି ପୁରୀରେ ମୁଖ୍ୟ ମନ୍ତ୍ରୀ ନୂଆ କ୍ୟାଲେଣ୍ଡର କୁ ଲୋକାର୍ପିତ କରିଛନ୍ତି । ମାତ୍ର ପରିତାପର ବିଷୟ ଭାରତୀୟ ନବ ବର୍ଷ ଉପଲକ୍ଷେ ଚୈତ୍ର ଶୁକ୍ଳ ପ୍ରତିପଦ। ତିଥିରେ ଭାରତୀୟ କ୍ୟାଲେଣ୍ଡର କୁ ପ୍ରଧାନ ମନ୍ତ୍ରୀ ଲୋକାର୍ପିତ କରି ଇଂରାଜୀ କ୍ୟାଲେଣ୍ଡର ପରିବର୍ତ୍ତେ ଏହାକୁ ପ୍ରଚଳନ କରିବା ବିଧେୟ ।
ଏ ଦିଗରେ ମେଘନାଦ ଶାହା କମିଶନ ରିପୋର୍ଟକୁ ଅନୁସରଣ କରି ଭାରତ ସରକାର ଏ ଦିଗରେ ବିଚାର କରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଙ୍କୁ ଥିଙ୍କର୍ସ କ୍ଳବ୍ ତରଫରୁ ସ୍ମାରକ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।
କାନାଡା ରୁ ପ୍ରଶାନ୍ତ ଭୂୟାଁ, ଦିଲ୍ଲୀ ରୁ ବିରଞ୍ଚି ନାରାୟଣ ମହାପାତ୍ର,ସୀତାରାମ ବୁଦ୍ଧାରମନ ବେହେରା,ଗୁରୁ କୃଷ୍ଣ ଦାସ,ସଚ୍ଚିଦାନନ୍ଦ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଶେଷରେ ଯୁବକ ତେଜେଶ୍ୱର୍ ବେଦ ମନ୍ତ୍ର ଆବୃତ୍ତି କରି ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ଶାନ୍ତି ପାଠ କରି ଥିଲେ ।
ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ ସଭା ସୁ ସଂଯୋଜନା କରିଥିଲେ । ଜ୍ୟୋତି ମଲ୍ଲ ସଭା ବୈଷୟିକ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930