Indus Valley Times

ଉପବାଚସ୍ପତି ହେଲେ ଭବାନୀ ଭୋଇ

 Breaking News

ଉପବାଚସ୍ପତି ହେଲେ ଭବାନୀ ଭୋଇ

July 24
17:23 2024

ଭୁବନେଶ୍ବର, ୨୪/୭: ସପ୍ତଦଶ ଓଡ଼ିଶା ବିଧାନସଭାରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ବୁଧବାର ଅପରାହ୍ଣରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି।
ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। ଶ୍ରୀ ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲା ପରେ ତାଙ୍କୁ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି।
ଉପବାଚସ୍ପତି ହେଲା ପରେ ନିଜର ପ୍ରତିକ୍ରିୟାରେ ଭବାନୀ ଶଙ୍କର ଭୋଇ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ମନ୍ଦିର ରୂପକ ବିଧାନସଭାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି।
ସୂଚନାଯୋଗ୍ୟ, ଭବାନୀ ଶଙ୍କର ଭୋଇ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାରୁ ନିର୍ବାଚିତ ବିଧାୟକ। ସାଧାରଣ ନିର୍ବାଚନ-୨୦୨୪ରେ ସେ ତଳସରାରୁ ବିଜେପି ଟିକେଟରେ ବିଜୟୀ ହୋଇଛନ୍ତି।
ଏହା ପୂର୍ବରୁ ସେ ୨୦୧୯ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜୟୀ ହୋଇଥିଲେ। ୪୪ ବର୍ଷୀୟ ଶ୍ରୀ ଭୋଇ ୧୯୮୦ ମସିହା ଏପ୍ରିଲ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସ୍ଥାୟୀ ଠିକଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅଧିନ ଯମୁନା ଗାଁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031