Indus Valley Times

ଉପରମୁହାଁ ହେବ ରାତି ତାପମାତ୍ରା, ୨ରୁ ୪ ଡିଗ୍ରୀ ଖସିପାରେ ପାରଦ

 Breaking News

ଉପରମୁହାଁ ହେବ ରାତି ତାପମାତ୍ରା, ୨ରୁ ୪ ଡିଗ୍ରୀ ଖସିପାରେ ପାରଦ

ଉପରମୁହାଁ ହେବ ରାତି ତାପମାତ୍ରା, ୨ରୁ ୪ ଡିଗ୍ରୀ ଖସିପାରେ ପାରଦ
February 09
11:10 2025

ଭୁବନେଶ୍ୱର,୯/୨ : ରାଜ୍ୟରୁ ଗତ କିଛିଦିନ ହେଲା ଶୀତ ଉଭାନ ହୋଇଯାଇଥିଲା। ତାପମାତ୍ରା ବୃଦ୍ଧି ପାଇବା ସହ ଲୋକେ ଫେବୃଆରୀ ଆରମ୍ଭରୁ ଗ୍ରୀଷ୍ମ ଋତୁର ଅନୁଭବ କରିଥିଲେ। ହେଲେ ୨ଦିନ ହେଲା ପାରଦ ସାମାନ୍ୟ ତଳକୁ ଖସିବା ସହ ଖରାତାତି ପ୍ରକୋପ କମିଛି।
ଶନିବାର ସର୍ବୋଚ୍ଚ ଦିନ ତାପମାତ୍ରା ଅନୁଗୋଳରେ ୩୪.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ରାଉରକେଲାରେ ସର୍ବନିମ୍ନ ରାତି ତାପମାତ୍ରା ୯.୭ ଡିଗ୍ରୀ ରହିଥିଲା। ତେବେ ସୋମବାର ସୁଦ୍ଧା ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ଲଗାତାର ୨୦ ଦିନ ଧରି ରାଜ୍ୟରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ଆହୁରି ୨ଦିନ ଏହି ଧାରା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ତେଣୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31