Indus Valley Times

ଏମିତି ବି ମୃତ୍ୟୁ ଆସେ: କବାଡି ଖେଳୁଥିବା ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ

 Breaking News

ଏମିତି ବି ମୃତ୍ୟୁ ଆସେ: କବାଡି ଖେଳୁଥିବା ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ

October 14
16:39 2024

ନୂଆପଡ଼ା, ୧୪/୧୦ : ଖେଳ ସରିବାକୁ ଅଢ଼େଇ ମିନିଟ୍ ଥିଲା। ବିଜୟ ସ୍ୱାଦ ଚାଖି ଥାଆନ୍ତେ। ଆଉ ପୁରସ୍କୃତ ହୋଇଥାଆନ୍ତେ। ହେଲେ ତା’ ପୂର୍ବରୁ କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳୀ। ଆଜି ସକାଳେ ଏପରି ଦୁଃଖଦ ଓ ହୃଦୟବିଦାରକ ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ମୃତ ଖେଳାଳୀ ହେଉଛନ୍ତି ଛତିଶଗଡ଼ ଖଗେଶ୍ୱର ରାଠିଆ।
ପ୍ରତିବର୍ଷ ପରି ଚଳିତବର୍ଷ ଦୁର୍ଗା ପୂଜା ଉପଲକ୍ଷେ କୋମନା ଥାନା ତରବୋଡ ଗାଁରେ ହୋଇଥିଲା ଆନ୍ତଃ ରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ। ଏଥିରେ ବିଭିନ୍ନ ରାଜ୍ୟର ୨୧ଟି ଟିମ୍ ଭାଗ ନେଇଥିଲେ। ଆଜି ଖେଳା ଯାଉଥିଲା ଫାଇନାଲ୍ ମ୍ୟାଚ୍‌। ସକାଳେ ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ନୂଆପଡାର ହାତୀସରା ଟିମ୍ ଓ ଛତିଶଗଡ ମହାସମୁନ୍ଦ ଜିଲ୍ଲା ସରାଇପାଲି ଡୁଡୁମଚୁଆ ଗାଁର ଟିମ୍‌।
ପ୍ରଥମ ହାପ୍‌ରୁ ଡୁଡୁମଚୁଆ ଟିମ୍ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ପ୍ରତିପକ୍ଷ ଟିମ୍‌କୁ ଚକମା ଦେଇ ପଏଣ୍ଟ ହାସଲ କରୁଥିଲେ। ପ୍ରଥମ ପରି ଦ୍ୱିତୀୟ ହାପ୍‌ରେ ମଧ୍ୟ ଡୁଡୁମଚୁଆ ଟିମ୍ ଭଲ ଖେଳ ପ୍ରଦର୍ଶିତ କରି ପଏଣ୍ଟ ହାତେଇ ଥିଲା। ଟିମ୍ ବିଜୟ ଦ୍ୱାରରେ ପହଞ୍ଚିଥିଲା। ଖେଳ ସରିବାକୁ ଆଉ ଅଢ଼େଇ ମିନିଟ୍ ବାକିଥିଲା। ଶେଷ ପର‌୍ୟ୍ୟାୟରେ ଡୁଡୁମଚୁଆ ଟିମ୍‌ର ଧୂରନ୍ଦର ଖେଳାଳୀ ୨୬ ବର୍ଷୀୟ ଖଗେଶ୍ୱର ରାଠିଆ ରେଡ୍ କରିବାକୁ ଯାଇଥିଲେ। ହେଲେ ପ୍ରତିପକ୍ଷ ଟିମ୍‌ର ଡିଫେଣ୍ଡରମାନେ ତାଙ୍କୁ ଧରି ପକାଇଥିଲେ। ଯେଉଁଥିପାଇଁ ଖଗେଶ୍ୱର ରାଗି ଯାଇଥିଲେ।
ରାଗ ତମ୍‌ତମ ହୋଇ ଖଗେଶ୍ୱର ନିଜ ପାର୍ଶ୍ୱକୁ ଫେରୁଥିବା ବେଳେ ତଳେ ପଡ଼ି ଯାଇଥିଲେ। ଆଉ ଉଠି ପାରିନଥିଲେ। ସାଥୀ ଖେଳାଳୀ ଓ ଆୟୋଜକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତରବୋଡ୍ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଶୋକର ଛାୟା ଖେଳି ଯାଇଛି।
ମୃତ କବାଡି ଖେଳାଳୀଙ୍କ ଘର ଛତିଶଗଡ଼ ଡୁଡୁମଚୁଆ ଗାଁରେ। ପୁଲିସ୍ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକ ଖଗେଶ୍ୱରଙ୍କ ମୃତଦେହକୁ ଧରି ଗାଁକୁ ଫେରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930