Indus Valley Times

ଏସଇବିସି ତାଲିକାରେ ୨୨ଟି ଜାତିକୁ ସାମିଲ ପାଇଁ ଆଇନ ସଂଶୋଧନକୁ ମଞ୍ଜୁରୀ

 Breaking News

ଏସଇବିସି ତାଲିକାରେ ୨୨ଟି ଜାତିକୁ ସାମିଲ ପାଇଁ ଆଇନ ସଂଶୋଧନକୁ ମଞ୍ଜୁରୀ

ଏସଇବିସି ତାଲିକାରେ ୨୨ଟି ଜାତିକୁ ସାମିଲ ପାଇଁ ଆଇନ ସଂଶୋଧନକୁ ମଞ୍ଜୁରୀ
January 21
20:44 2023

ଭୁବନେଶ୍ବର,୨୧/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି।
କେନ୍ଦ୍ର ସରକାରଙ୍କ ଓବିସି(ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି(ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ତାଲିକାରେ ସାମିଲ କରିବା ନିମନ୍ତେ ଓଡ଼ିଶା ପଛୁଆବର୍ଗ କମିଶନ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ ଓବିସି ତାଲିକାରେ ଥିବା ୨୨ଟି ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ ନିମନ୍ତେ କ୍ୟାବିନେଟ୍ ଅନୁମତି ଦେଇଛନ୍ତି ।
ଏହି କ୍ରମରେ ବଢ଼ିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ଫଳରେ ରାଜ୍ୟର ୧୫,୭୭୧ ଶିକ୍ଷକ, କର୍ମଚାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୨ ଶହ ୯୦ କୋଟି ଟଙ୍କା ବ୍ୟୟ କରିବେ। ଏହା ପିଛିଲା ଭାବେ ୨୦୨୨ ଜାନୁଆରି ୧ ତାରିଖରୁ ଏହା ଲାଗୁ ହେବ।
ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ । ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବାକୁ ଥିବା
ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ।ନୟାଗଡ଼ ଜିଲ୍ଲାର ଦଶପଲା, ଗଣିଆ ଓ ନୂଆଗାଁରେ ହେବ ୩ଟି ପାନୀୟଜଳ ପ୍ରକଳ୍ପ। ସେହିପରି ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।ଇୟଗ୍ଦଚ୍ଚ
କ୍ୟବିନେଟରେ ନିଆଯାଇଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି । ଏହା ପିଛିଲା ଭାବେ ୨୦୨୨ ଜାନୁଆରି ୧ ତାରିଖରୁ ଲାଗୁହେବ। ସେହିପରି ବିଏସ୍ଏସ୍ସିସିଆର୍ଆଇର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ କରାଯିବା ନିଷ୍ପତ୍ତି ହୋଇଛି।
କ୍ୟାବିନେଟରେ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି:
-ଓବିସି କମିସନ ଆଇନରେ ହେବ ସଂଶୋଧନ।
– ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବ ବ୍ରିଜ୍ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି।
– ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ।
– ଜିଏସ୍ଟି, ବାଣିଜ୍ୟ କର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି।
– ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି।
– ଓଏସ୍ଜେଏସ୍ ଓ ଓଜେଏସ୍ ସେବା ଅଧିନିୟମରେ କ୍ୟ୍ୟାବିନେଟରେ ସଂଶୋଧନ।
– ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହୋଇଛି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031