Indus Valley Times

ଓଡିଆ ପକ୍ଷ, ୨୦୨୬ ଉପଲକ୍ଷେ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବେ ପାଳନ

 Breaking News

ଓଡିଆ ପକ୍ଷ, ୨୦୨୬ ଉପଲକ୍ଷେ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବେ ପାଳନ

ଓଡିଆ ପକ୍ଷ, ୨୦୨୬ ଉପଲକ୍ଷେ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବେ ପାଳନ
April 02
21:12 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୪ : ଓଡିଆ ପକ୍ଷ, ୨୦୨୬ ଉପଲକ୍ଷେ ତା. ୨.୪.୨୦୨୬ ଏବଂ ତା. ୩.୪.୨୦୨୬ ଏହି ଦୁଇ ଦିନ କୁ ପରମ୍ପାରିକ ପୋଷାକ ପରିଧାନ ଦିବସ ଭାବେ ପାଳନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଅଦ୍ୟ ତା. ୨.୪.୨୦୨୬ ରିଖ ଦିବା ୧୨.୩୦ ମି. ସମୟରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହ ରେ \”ଆମ ପୋଷାକ ଆମ ପରିଚୟ\” ଉପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ ଉପସ୍ଥିତ ରହି ଓଡିଆ ପକ୍ଷ ବିଷୟରେ ଆଲୋଚନା କରି ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କୁ ପ୍ରୋତ୍ସାହନ କରିବା, ପାରମ୍ପରିକ ପୋଷାକ ପରିଧାନ କରିବାକୁ ମତବ୍ୟକ୍ତ କରିଥିଲେ ।
ଆସନ୍ତାକାଲି ତା. ୩.୪.୨୦୨୬ ରିଖ ଦିନ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷ ରୁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ତଥା ଜ଼ିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅଙ୍କିତା ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏପ୍ରିଲ ୪ ତାରିଖ ରେ ଓଡିଆ ରେ ନାମ ଫଳକ ଅଭିଯାନ, ସଚେତନତା ପଦଯାତ୍ରା ଦିବସ ଜ଼ିଲ୍ଲା ଶ୍ରମ ବିଭାଗ, ବୌଦ୍ଧ ପକ୍ଷ ରୁ ଅନୁଷ୍ଠିତ ହେବ ।
ଏହି ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ତା. ୪.୪.୨୦୨୬ ରିଖ ସକାଳ ୭ ଘଟିକା ସମୟରେ ରାମେଶ୍ୱର ମନ୍ଦିର ରୁ ବାହାରି ବୌଦ୍ଧ ସହର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚିବ, ଏଣୁ ବହୁ ସଂଖ୍ୟା ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930