Indus Valley Times

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୃତ ଡ୍ରାଇଭରଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ

 Breaking News

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୃତ ଡ୍ରାଇଭରଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୃତ ଡ୍ରାଇଭରଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ
October 21
21:27 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୧/୧୦: ମହାନତା ଦେଖାଇଲେ ଓଡ଼ିଶା ଡ୍ରାଇଭର ମହାସଂଘ। ମୃତ ଡ୍ରାଇଭରଙ୍କ ପରିବାରକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆର୍ଥିକ ସହାୟତା ସହିତ ଆଗମୀ ଦିନରେ ସରକାରୀ ଜନ କଲ୍ୟାଣ ଯୋଜନା ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଏଭଳି ମାନବିକତା ପରିଚୟ ସୃଷ୍ଟି କରି ପାରିଛନ୍ତି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ।
ସୂଚନା ମୁତାବକ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନିର୍ଦ୍ଦେଶ ପ୍ରକାରେ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସିର୍ତ୍ତିଗୁଡା ପଞ୍ଚାୟତର କୁଡ଼ୁପାକିଆ ଗାଁର ମୃତ ଫିରଜ୍ ପ୍ରଧାନ ପାଖାପାଖି ଗୋଟାଏ ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଗତ ମାସରେ ଫିରଜଙ୍କ ମୃତ୍ୟୁ ଘଟିଥିଲା।
ହେଲେ କ.ନୂଆଗାଁ ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ସଭାପତି ଅନିଲ କୁମାର ସାହୁ, ସମ୍ପାଦକ ସଙ୍ଗୀତ ବେହେରା, କୋଷାଧ୍ୟକ୍ଷ କୈଳାଶ ଆରୁଖଙ୍କ ନେତୃତ୍ବରେ କ.ନୂଆଗାଁ ବ୍ଲକର ସମସ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ଭାଇମାନେ, ବାର ଗୋଟି ବ୍ଲକ ସଂଘର ବ୍ୟକ୍ତି ବିଶେଷ ଓ ସଂଘର ଜିଲ୍ଲା ସହ ସମ୍ପାଦକ ବୁଲୁ ମାଝୀ ମୃତ ପରିବାରକୁ ସାକ୍ଷାତ କରି ନିଜସ୍ଵ ପାଣ୍ଠିରୁ ଛଅ ହଜାର ଟଙ୍କା ସଂଗ୍ରହ କରି ଓ ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ତିରିଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ମୃତ ଡ୍ରାଇଭର ଫିରଜଙ୍କ ପରିବାରକୁ ପ୍ରଦାନ କରିଥିଲେ।
ଗାଁ ଦିବସ କାର୍ଯ୍ୟକ୍ରମ ରେ ସମ୍ୱର୍ଦ୍ଧିତ ହେଲେ ବରିଷ୍ଠ ନାଟ୍ୟକାର ପ୍ରମୋଦ
ବାଲିଗୁଡ଼ା, ୨୧/୧୦ : ଓଡ଼ିଶା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କଳାକ୍ଷେତ୍ର ତରଫରୁ ସମଗ୍ର ରାଜ୍ୟରେ ଗାଁ ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଗାଁ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ କଳାକ୍ଷେତ୍ର ଅନୁଷ୍ଠାନ ର ମୁଖ୍ୟ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି ଓ ବରିଷ୍ଠ କଳାସଂଗଠକ ବାସୁଦେବ ମାଲବିଷୋୟୀ ଙ୍କ ଆହ୍ବାନ କ୍ରମେ ଜିଲ୍ଲା ପାରମ୍ପରିକ ଲୋକକଳା ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଙ୍କ ନେତୃତ୍ବ ରେ ଆୟୋଜିତ ଗାଁ ଦିବସ କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ବାଲିଗୁଡା ରେ ଜନ୍ମିତ ପ୍ରମୋଦ ଙ୍କ ଲୋକକଳା ଠାରୁ ଆରମ୍ଭ କରି ମଞ୍ଚ ଟେଲିଭିଜନ ରେ ଅଭିନୟ କରିବା ଦକ୍ଷତା ରହିଛି, ମଞ୍ଚ ନାଟକ ରଚନା ଓ ନିର୍ଦ୍ଦେଶନା ସହିତ ନିଖୁଣ ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରଶଂସା ପାଇଛନ୍ତି ।
ଆଜି ଗାଁ ଦିବସ କାର୍ଯ୍ୟକ୍ରମ ଅବସରର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ସମ୍ୱନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ରେ ଥିବା ଗଦାଧର ପାତ୍ର, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବି ତଥା ରାଜ୍ୟ ଭାଜପା ସମ୍ପାଦକ ଭଗବାନ ମହାନ୍ତି , ରାଷ୍ଟ୍ରୀୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିତ ମଣ୍ଡଳ ଫୁଲବାଣୀ ବିଧାୟକ ଙ୍କ ପ୍ରତିନିଧି ତଥା ଯୁବ ଭାଜପା ସଂଗଠକ ପ୍ରଶାନ୍ତ କମ୍ପୋ, ପୁର୍ବତନ ଖଜୁରୀପଡ଼ା ବ୍ଲକ୍ ଅଧକ୍ଷ ବିରେନ୍ଦ୍ର କହଁର, ବରିଷ୍ଠ କଳାକାର ଜଳେନ୍ଦ୍ର ଦିଗାଲ ଙ୍କ ଉପସ୍ଥିତି ରେ ପ୍ରମୋଦ ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930