Indus Valley Times

ଓଡିଶା ପ୍ରଦେଶ କିଶାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ

 Breaking News

ଓଡିଶା ପ୍ରଦେଶ କିଶାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ

ଓଡିଶା ପ୍ରଦେଶ କିଶାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ
August 29
20:19 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୮ : ଆଜି ଓଡିଶା ପ୍ରଦେଶ କିଶାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁ ତାଙ୍କର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଦିନ ୧୧ ସମୟରେ ହୋଟେଲ ଦେବାଶିଷର ସମ୍ମିଳନୀ କକ୍ଷଠାରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଭାଇ ମାନଙ୍କୁ ଓଡ଼ିଶାରେ ଚାଲିଥିବା ନାମକୁ ମାତ୍ର ଡବଲ ଇଞ୍ଜିନ ସରକାରର ଚାଷୀ ମାରଣ କାର୍ଯ୍ୟକଳାପ ଉପରେ ଅବଗତ କରାଇଥିଲେ ।
ଓଡ଼ିଶାର ତଥା ବୌଦ୍ଧ ଜିଲ୍ଲାର ଚାଷୀଭାଇ ମାନେ ୟୁରିଆ ସାର ଯାହାକି ଗଛକୁ ବଢ଼ିବାରେ ବିଶେଷ ସହାୟକ ହୋଇଥାଏ ତାହା ସୁଲଭ ମୂଲ୍ୟରେ ନପାଇ ୨୭୦ ଟଙ୍କାର ସାର ବସ୍ତା ୭୦୦ ରୁ ୮୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି ଆଉ ଏପରି ପରିସ୍ଥିତି ବର୍ତ୍ତମାନର ବିଜେପି ସରକାରଙ୍କ ଦ୍ଵାରା ହିଁ ସୃଷ୍ଟି ହୋଇଛି ବୋଲି ତାଙ୍କର ମତବ୍ୟକ୍ତ କରିଥିଲେ ।
ଓଡ଼ିଶାର ବିଜେପି ସରକାର ଓ କଳାବଜାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ହିଁ ଆଜିର ଚାଷୀ କୁଳ ଯେପରି ଭାବେ ହନ୍ତ ସନ୍ତ ହେଉଛନ୍ତି ତାକୁ କଂଗ୍ରେସ ଦଳ ଦୃଢ଼ ହସ୍ତରେ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ସମଗ୍ର ଚାଷିକୁଳଙ୍କ ସହ ରାଜରାସ୍ତାକୁ ଓହ୍ଲାଇବ ଏବଂ ଭବିଷ୍ୟତରେ ଯୋଉ ଭୀଷଣ ଚାଷୀ ଆନ୍ଦୋଳନ ସୃଷ୍ଟି ହେବ ସେଥି ସକାଶେ ରାଜ୍ୟ ସରକାର ଓ ପ୍ରଶାସନ ଦାୟୀ ରହିବ ବୋଲି ପ୍ରକାଶ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀ ଅଭୟ ସାହୁ ରାଜ୍ୟ ସରକାରଙ୍କ ଆଗରେ ଚାଷୀ ଭାଇ ମାନଙ୍କର ଉନ୍ନତି ସକାଶେ ମୁଖ୍ୟତଃ ତିନୋଟି ଦାବୀ ରଖିଥିଲେ ଏବଂ ତାହା ହେଲା – ଚାଷୀ ମାନଙ୍କ ପାଖରେ ଥିବା ସମସ୍ତ ବଳକା ଧାନ ସରକାର ସିଧାସଳଖ ଚାଷୀଙ୍କଠାରୁ କିଣିବେ, ଫସଲ ବିମାର ସଠିକ୍ ପରିଚାଳନା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଚାଷୀ ପରିବାରର ସମସ୍ତ ସଦସ୍ୟଙ୍କୁ ବୀମାଭୁକ୍ତ କରିବା ଓ ୫୫ ବର୍ଷ ପରେ ସମସ୍ତ ଚାଷୀଙ୍କୁ ମାସିକ ୧୦ ହଜାର ଟଙ୍କାର ଭତକ୍ଷ ପ୍ରଦାନ କରିବା ଇତ୍ୟାଦି ।
ସାମ୍ବାଦିକ ସମ୍ମିଳନୀ ପରେ ଜିଲ୍ଲାର କିଶାନ କଂଗ୍ରେସ ସଂଗଠନ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ, ଜିଲ୍ଲାର କୃଷକ ସଂଗଠନକୁ ଆମୁଳ ଚୂଳ ପରିବର୍ତ୍ତନ କରିବାକୁ ଆଭାସ ଦେଇଥିଲେ ।
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ସଭାପତି ନବ ମିଶ୍ର ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପି ସି ସି ସଭ୍ୟ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା କଂଗ୍ରେସ ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର , ଅବସର ପ୍ରାପ୍ତ କୃଷି ଅଧିକାରୀ ଶ୍ରୀ ଶ୍ରିତିକାନ୍ତ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ଶେଷରେ ମୁଖ୍ୟ ପ୍ରବକ୍ତା ଶ୍ରୀ ମହାପାତ୍ର ଉପସ୍ଥିତ ଅତିଥି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ – ରତ୍ନାକର ନାୟକ ,ପଙ୍କଜ କୁମାର କର୍ଣ୍ଣ, ସୁଶାନ୍ତ ମଲ୍ଲିକ, ସଞ୍ଜୀବ କୁମାର ପଣ୍ଡା,ପ୍ରଦୀପ ମହାନନ୍ଦ,ବିଶ୍ଵାମିତ୍ର ପାଢ଼ୀ, ଗୋପ ରଣା, ରୋହିତାଶ୍ଵ ବେହେରା, ପ୍ରତାପ ପଣ୍ଡା, ଅର୍ଜୁନ ମହାନନ୍ଦିଆ, ଦେବେନ୍ଦ୍ର ନାଏକ,ଅର୍ଜୁନ ପ୍ରଧାନ, ବେଣୁଧର ମେହେର, ପ୍ରମିଲ ସେଠୀ ଯୋଗେଶ୍ୱର ନାଏକ, ଅଭିଳାଷ ସ୍ୱାଇଁ, ଗଣ୍ଡାଧର ସ୍ୱାଇଁ, ସୁଧାଂଶୁ କହଁର, ପ୍ରତ୍ୟୁଷ ମହାନନ୍ଦ, ଡିଙ୍ଗର ମେହେର,ପ୍ରମିଲ୍ ମହାକୁଡ଼, ପଞ୍ଚାନନ ବଘକ୍ଷର , ଅନିଲ ବଘାର, କ୍ଷୀରୋଦ ଭୁକ୍ତା, ମହିଳା କଂଗ୍ରେସର – ସନ୍ଧ୍ୟାରାଣି ସିଂ, ମମତା ପଣ୍ଡା, ଅମୃତି ମହାନନ୍ଦିଆ, ଶ୍ରୀମତୀ ମହାନନ୍ଦିଆ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31