Indus Valley Times

ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ

 Breaking News

ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ

December 01
21:38 2024

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନ୍ (କେ .ଡି .ୟୁ. ଜେ) ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ଦୁଇ ବାର୍ଷିକ ନିର୍ବାଚନ ଖୋର୍ଦ୍ଧା ଜଳ ସେଚନ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ଯୋଗଦେଇଥିଲେ।
ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ତପନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ ୟୁ ଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ ଯୋଗଦେଇ ନିଜର ବକ୍ତବ୍ୟରେ ଓ ୟୁ ଜେ ଏକ ଶୃଙ୍ଖଳିତ ଓ ସକ୍ରିୟ ସଙ୍ଗଠନ ବୋଲି ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ।
ସାମ୍ବାଦିକଙ୍କ ସମସ୍ୟାକୁ ସବୁବେଳେ ଅଗ୍ରାଧିକାର ଦେଇ ସରକାର ପାଖରେ ବିଭିନ୍ନ ଫୋରମରେ ଦାବି କରିଆସୁଛି। ସ୍ୱାସ୍ଥ୍ୟବୀମା ବୃଦ୍ଧି, ପେନସନ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଲାଗି ଅହରହ ଦାବି ଉପସ୍ଥାପନ କରିଚାଲିଛି ।
ରାଜ୍ୟରେ କୌଣସି ସାମ୍ବାଦିକ ଅସୁବିଧାରେ ପଡ଼ିଲେ ତୁରନ୍ତ ପଦକ୍ଷେପ ନେବାକୁ ଆଗେଇ ଆସୁଛି ଓୟୁଜେ। କେବଳ ନିଜ ସଂଗଠନର ନୁହେଁ ରାଜ୍ୟର କୋଣ ଅନୁକୋଣରେ ଯେ କୌଣସି ସାମ୍ବାଦିକ ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ମିଳିଲେ ତାର ପ୍ରତିକାର ପାଇଁ ଓ ୟୁ ଜେ ର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଆଗେଇ ଆସନ୍ତି ବୋଲି ରାଜ୍ୟ ସମ୍ପାଦକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ସମ୍ମାନୀତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ ଯୋଗ ଦେଇଥିଲେ। ବରିଷ୍ଠ ସଦସ୍ୟ ସନତ କୁମାର ପଟ୍ଟନାୟକ ଯୋଗଦେଇ ଓୟୁଜେର ଅତୀତ ସମ୍ପର୍କରେ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ବାର୍ଷିକ ଜିଲ୍ଲା ରିପୋର୍ଟ ଉପସ୍ଥାପନ କରିଥିଲେ।
ସଭାପତି ଶ୍ରୀଯୁକ୍ତ ନାୟକ ନିଜ ବକ୍ତବ୍ୟରେ ଯୋଗ ଦେଇଥିବା ସଦସ୍ୟ ଓ ସଦସ୍ୟା ମାନଙ୍କୁ ଶୃଙ୍ଖଳିତ ଏବଂ ସଠିକ ଖବର ପରିବେଷଣ ଏବଂ ସୀମା ଭିତରେ ରହି କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆଗାମୀ ଦୁଇ ବର୍ଷ ନିମନ୍ତେ ଜିଲ୍ଲା ସାଂଗଠନିକ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା।
ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ ଜିଲ୍ଲା ପ୍ରଭାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ଜିଲ୍ଲା ସଭାପତି ଭାବେ ତପନ ନାୟକ, ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ପୁନର୍ବାର ମନୋନୀତ ହୋଇଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବେ ପ୍ରସନ୍ନ ପାଇକରାୟ, ଉପଦେଷ୍ଟା ଭାବେ ସନତ ପଟ୍ଟନାୟକ ଓ ରବୀନ୍ଦ୍ର କୁମାର ମିଶ୍ର, ଉପ ସଭାପତି ନାରାୟଣ ମହାନ୍ତି ଓ ସୟଦ ଅନସର ଅଲ୍ଲୀ,ଖୋର୍ଦ୍ଧା ବ୍ଲକ ସମ୍ପାଦକ ଭାବେ ରାଜେଶ ଚନ୍ଦ୍ର ମହାନ୍ତି, ଜଟଣୀ ବ୍ଲକ ସମ୍ପାଦକ ଭାବେ ଶ୍ରୀକାନ୍ତ ପ୍ରଧାନ,ଟାଙ୍ଗି ବ୍ଲକ ସମ୍ପାଦକ ଭାବେ ହିମାଂଶୁ ଚମ୍ପତି ଏବଂ ଖୋର୍ଦ୍ଧା ପୌରପରିଷଦ ପାଇଁ ସମ୍ପାଦକ ଭାବେ ଜିତେନ୍ଦ୍ର ଭଞ୍ଜ, କୋଷାଧ୍ୟକ୍ଷ ଅଜିତ ମିଶ୍ର, ମିଡ଼ିଆ ସଂଯୋଜକ ଭାବେ ଶୁଭଲକ୍ଷ୍ମୀ ସାମନ୍ତରା, ସେକ୍ ଅନୁଅର୍ ଅଲ୍ଲୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁଶାନ୍ତ କୁମାର ବିଶ୍ବାଳ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦିଲ୍ଲୀପ କୁମାର ହୋତାଙ୍କୁ ମନୋନୀତ କରାଯାଇଥିଲା।
ସଙ୍ଗଠନ ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ବୈଠକରେ ଶ୍ରୀକାନ୍ତ ପରିଜା, ଇକବଲ୍ ଅହମ୍ମଦ, ଲକ୍ଷ୍ମୀ ନାରାୟଣ ମହାପାତ୍ର, ପ୍ରଭାତ ମହାନ୍ତି, ଶ୍ରୀକାନ୍ତ ପ୍ରଧାନ,ଏମ୍.ଡି. ଫଜଲୁର ରହମନ୍, ମନୋରଞ୍ଜନ ପ୍ରଧାନ, ଏମ.ଡି ଇମଦାଦ ସରିଫ୍, ସିଦ୍ଧାର୍ଥ ମହାନ୍ତି, ଚନ୍ଦନ କୁମାର ସୁନ୍ଦରାୟ, ତ୍ରିଲୋଚନ ବାଘସିଂହ, ରାକେଶ କୁମାର ଦାଶ, ମହମ୍ମଦ ଖାନ୍, ରମେଶ ସାମନ୍ତରାୟ, ଶିବ ଚରଣ ସିଂ, ବିଶ୍ୱଜିତ ସାମନ୍ତରାୟ, ସନ୍ଦିପ ବର୍ମନ୍, ଲଳିତ କୁମାର ମହାରଣା, ଗଗନ ବିହାରୀ ସାମନ୍ତରାୟ, ବରିଷ୍ଠ ଶିକ୍ଷାବିତ ରାଜେନ୍ଦ୍ର କୁମାର ନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସରୋଜ କୁମାର ପଟ୍ଟନାୟକ, ପ୍ରମୁଖ ବୈଠକରେ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930