Indus Valley Times

କଂଗ୍ରେସର ପଞ୍ଚାୟତ ଫୋକସ; ଅକ୍ଟୋବର ୨ରୁ ପଦଯାତ୍ରା, ରାଜଧାନୀରେ ୨୦ ହଜାର ଯୁବଙ୍କୁ ନେଇ ମେଗା ଶୋ, ଆସିପାରନ୍ତି ରାହୁଲ ଗାନ୍ଧୀ

 Breaking News

କଂଗ୍ରେସର ପଞ୍ଚାୟତ ଫୋକସ; ଅକ୍ଟୋବର ୨ରୁ ପଦଯାତ୍ରା, ରାଜଧାନୀରେ ୨୦ ହଜାର ଯୁବଙ୍କୁ ନେଇ ମେଗା ଶୋ, ଆସିପାରନ୍ତି ରାହୁଲ ଗାନ୍ଧୀ

କଂଗ୍ରେସର ପଞ୍ଚାୟତ ଫୋକସ; ଅକ୍ଟୋବର ୨ରୁ ପଦଯାତ୍ରା, ରାଜଧାନୀରେ ୨୦ ହଜାର ଯୁବଙ୍କୁ ନେଇ ମେଗା ଶୋ, ଆସିପାରନ୍ତି ରାହୁଲ ଗାନ୍ଧୀ
September 15
17:32 2026

ଭୁବନେଶ୍ୱର, ୧୫/୯ :ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ଦଳକୁ ସଶକ୍ତ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଏଥିପାଇଁ ଦଳ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏଥିରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଯୋଗ ଦେଇ ଉଭୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବାର ଯୋଜନା ରହିଛି। ଆଜି ପିସିସି ସଭାପତି ଭକ୍ତଚରଣ ଦାସ ଏଭଳି କିଛି ସୂଚନା ଦେଇଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ଆରମ୍ଭ ହେବ। ଗୋଟିଏ ବ୍ଲକରେ ୫ କିଲୋମିଟରର ପଦଯାତ୍ରା ହେବ ଓ ଗୋଟିଏ ଲେଖାଏ ବୈଠକ ହେବ। ଏହା ପରେ ଉକ୍ତ ବ୍ଳକକୁ ନୀରିକ୍ଷଣ କରାଯିବ। ରାଜ୍ୟର ୩୧୪ଟି ବ୍ଲକ ଥିବାରୁ ଆଗାମୀ ଦିନରେ ଦିନକୁ ୨ରୁ ୩ଟି ବ୍ଲକରେ ଏହି କାର‌୍ୟ୍ୟକ୍ରମକୁ କରିବୁ। ଅକ୍ଟୋବର ୨ରୁ ପ୍ରଥମେ ଆମେ ନବରଙ୍ଗପୁର ଜିଲ୍ଲାରୁ ଏହି ପଦଯାତ୍ରା ଆରମ୍ଭ କରିବୁ।
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ ଏହି ପଦଯାତ୍ରାକୁ ନେଇ ପୂର୍ବ ପ୍ରସ୍ତୁତି କରାଯିବ। ଦଳୀୟ କର୍ମୀ ଓ ନେତାଙ୍କୁ ପ୍ରଶିକ୍ଷଣ ଦିଆଯିବ। ପରବର୍ତ୍ତୀ ସମୟରେ ମାରାଥନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ଲକ୍ଷ ଲକ୍ଷ ଲୋକଙ୍କୁ ସାମିଲ କରାଯିବ। ଏମିତିକି ରାଜ୍ୟରେ ଜେନ-ଜିଙ୍କୁ ନେଇ ବଡ଼ ବଡ଼ ବୈଠକ କରାଯିବ ବୋଲି ସେ କହିଛନ୍ତି।
ଯେଉଁ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ କରାଯିବ, ତାହା ଆସନ୍ତା ଜାନୁଆରୀ ଓ ଫେବ୍ରୁଆରୀ ମାସ ବେଳକୁ ବଡ଼ ଧରଣର କାର୍ଯ୍ୟକ୍ରମରେ ପରିଣତ ହେବ, ଯେଉଁଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି,ପ୍ରିୟଙ୍କା ଗାନ୍ଧି ଓ କେସି ଭେନୁଗୋପାଳଙ୍କ ଭଳି ପ୍ରମୁଖ ନେତା ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି। ସେମାନଙ୍କ ସହ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀ ଦାସ କହିଛନ୍ତି ଯେ ଏହି ପଦଯାତ୍ରା କେବଳ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯିବ ନାହିଁ, ସାରା ରାଜ୍ୟର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଉଛି। ସରକାର ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ଅଣଦେଖା କରୁଛନ୍ତି। ସେଥିରେ ସେହି ପ୍ରସଙ୍ଗଗୁଡ଼ିକୁ ଉଠାଯିବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031