Indus Valley Times

କଚାଡି ମାରିଲା ଦନ୍ତା, ଡିଏଫଓଙ୍କ ବାସଭବନ ଘେରିଲେ ଲୋକେ

 Breaking News

କଚାଡି ମାରିଲା ଦନ୍ତା, ଡିଏଫଓଙ୍କ ବାସଭବନ ଘେରିଲେ ଲୋକେ

December 22
12:44 2024

ରାଉରକେଲା, ୨୨/୧୨ : ସୁନ୍ଦରଗଡ଼ ବଣାଇ ରେଞ୍ଜର ଜକେଇକଳା ରୁଗୁଡ଼ି ସାହିର ଘରୁ ବାହାରୁଥିବା ବେଳେ ଧରଣୀଧର ପାତ୍ରଙ୍କୁ ଦନ୍ତାହାତୀ କଚାଡି ଦେଇଥିଲାକ୍ଷ ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତଖାନାରେ ଭର୍ତି କରାଯାଇଥିଲା କ୍ଷ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ
କ୍ଷତିପୂରଣ ଓ ହାତୀକୁ ଘୋଡାଇଦେବା ଦାବିରେ ସ୍ଥାନୀୟ ବାସିନ୍ଦା ଡିଏଫଓଙ୍କ ବାସଭବନ ଘେରାଉ କରିଥିଲେକ୍ଷ ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା କ୍ଷ ପୁଲିସ ଓ ବନ କର୍ମଚାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣା ପଡିଛି କ୍ଷ
ଏହା ପୂର୍ବରୁ ସୋଲ ରେଞ୍ଜରେ ଦନ୍ତା ଜଣକୁ ମାରି ଥିବାବେଳେ ତାମରା ରେଞ୍ଜର ମୁଣ୍ଡା ସାହିରେ ଘର ଭାଙ୍ଗି ଦୁଇ ଜଣ ନାବାଳିକାକୁ ମାରିଥିଲାକ୍ଷ ଗତ ୧୫ ଦିନ ମଧ୍ୟରେ ବଣାଇ ଡିଭିଜନର ତିନିଟି ରେଞ୍ଜେର ଆଜି ପର‌୍ୟ୍ୟନ୍ତ ଚାରିଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ବନବିଭାଗ ରେଞ୍ଜର ପହଞ୍ଚି ଥିବାବେଳେ ରେଞ୍ଜରଙ୍କୁ ଠେଲାପେଲା ସହ ବନ କର୍ମଚାରୀଙ୍କୁ ଉତ୍ତେଜିତ ଲୋକ ଗୋଡେଇ ଗୋଡେଇ ପିଟିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା କ୍ଷ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31