Indus Valley Times

କଳିଙ୍ଗ ପାହାଡ ନିଲାମକୁ ନେଇ ଜିଲ୍ଲା କ୍ରସର ୟୁନିଟ ମାଲିକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ

 Breaking News

କଳିଙ୍ଗ ପାହାଡ ନିଲାମକୁ ନେଇ ଜିଲ୍ଲା କ୍ରସର ୟୁନିଟ ମାଲିକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ

August 06
20:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୬/୮: ଖୋର୍ଦ୍ଧା ତହସିଲ ଅଧିନସ୍ଥ ତାପଙ୍ଗ ମୋୖଜ଼ାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କଳିଙ୍ଗ ପାହାଡ଼ ନିଲାମ ପାଖାପାଖି ଦୁଇଗୁଣ ଅଧିକ ଟଙ୍କାରେ ଯାଇଥିବାରୁ କ୍ରସର ଚଳାଇବାରେ ସମସ୍ୟା ହେବ ବୋଲି ତାପଙ୍ଗ ଆଞ୍ଚଳିକ କ୍ରସର ସଙ୍ଘ ଆଶଙ୍କା କରିଛି।
ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାହାଡ ନିଲାମକୁ ନେଇ ଦେଖାଦେଇଛି ବିବାଦ। ପୂର୍ବରୁ ଯେଉଁ ନିଲାମ ଶ୍ରୀମନ୍ଦିର ପ୍ରଶାସନ କରୁଥିଲା ତାକୁ ଏବେ ଜିଲ୍ଲା ଖଣି ବିଭାଗ କରୁଛି ।
ଯାହା ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ କ୍ରସର ୟୁନିଟ ବନ୍ଦ ହୋଇଯିବ । ପୂର୍ବରୁ ପ୍ରତି କ୍ୟୁବିକ୍ ମିଟର ପିଛା ୧୭୦ ଟଙ୍କା ଥିବା ବେଳେ ତାହା ଏବେ ୩୫୮ କୁ ବୃଦ୍ଧି ପାଇଛି ।
ଏହାକୁ ନିଲାମ ଧାରୀମାନେ କ୍ୟୁବିକ୍ ମିଟର ୧୫୦୦ ରୁ ୫୦୦୦ ପର୍ଯ୍ୟନ୍ତ ନେଇଛନ୍ତି । ଏହାର ପ୍ରଭାବରେ ସେମାନଙ୍କୁ ଚଢ଼ା ଦରରେ କଞ୍ଚାମାଲ କିଣିବାକୁ ପଡିବ ଓ ସେସବୁକୁ ଗୁଣ୍ଡ କରିବା ପରେ ଚିପ୍ସ ସି.ଏମ୍ ପ୍ରତି ୪୦୦୦ ରୁ ୬୦୦୦ ଟଙ୍କାରେ ବିକ୍ରି ହେବ ।
ଏହାର ପ୍ରଭାବ ନିର୍ମାଣ ଶିଳ୍ପ ଉପରେ ପଡିବ । ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ କମ ଦରରେ ଚିପ୍ସ ମିଳୁଥିବା ବେଳେ ଖୋର୍ଦ୍ଧାରେ ଅଧିକ ଦରରେ ବିକ୍ରି ହେବ । ଫଳରେ ପାଞ୍ଚଟି ଜିଲ୍ଲାର ଶ୍ରମିକଙ୍କ ସହିତ ବହୁ ସ୍ଥାନୀୟ ବ୍ୟବସାୟୀ ହାତବାନ୍ଧି ବସି ରହିବେ ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଣ୍ଡର ଉପରେ ପୁନଃ ବିଚାର କରିବାକୁ ସଂଘ ନିବେଦନ କରିଛି । ଏନେଇ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛିନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930