Indus Valley Times

କାଚପାଜୁ ଗ୍ରାମରେ ବାଇକ ଯୋଗେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ

 Breaking News

କାଚପାଜୁ ଗ୍ରାମରେ ବାଇକ ଯୋଗେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ

October 26
10:53 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୧୦ : ଶନିବାର ଦିନ ୨ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ଆଡେଣୀଗଡ ପଞ୍ଚାୟତର ଦୁର୍ଗମ କାଚପାଜୁ ଗ୍ରାମକୁ ବାଇକ ଯୋଗେ ଯାଇ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଥିଲା ।
ଗତକାଲି କାଚପାଜୁ ଗ୍ରାମର ଦୁତୀଆ ବେହେରାଙ୍କ ପତ୍ନୀ ସୁନାମତୀଙ୍କ ଆଡେଣୀଗଡ ଡାକ୍ତର ଖାନାରେ ମୃତ୍ୟୁ ହେବା ପରେ ରାସ୍ତା ସମସ୍ୟା ଯୋଗୁଁ ମହା ପ୍ରୟାଣ ଗାଡି ଯାଇ ନ ପାରିବାରୁ ବାଇକରେ ମୃତଦେହ ନିଆ ଯାଇଥିବା ଆଜି ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ।
ଫଳରେ ଆଜି ଜିଲ୍ଲାପାଳ ଉକ୍ତ ଗ୍ରାମକୁ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ନିଜ ଗାଡି ଆଡେଣୀ ଗଡରେ ରଖି ପ୍ରାୟ ୧୨ କିମି ରାସ୍ତା ବାଇକରେ ବସି କାଚପାଜୁ ଗ୍ରାମରେ ପହଞ୍ଚି ଦୁତୀଆ ବେହେରାଙ୍କ ଭେଟି ସମବେଦନା ଜ୍ଞାପନ କରିଥିଲେ ।
ଜିଲ୍ଲାପାଳଙ୍କ ସହ ଯାଇଥିବା ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରିଥିଲେ ।
ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମକୁ ଆସି ହିତାଧିକାରୀ ମାନଙ୍କୁ ନଗଦ ଆକାରରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ନିର୍ମାଣାଧିନ ରାସ୍ତା ୩ ମାସ ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ କୁ ନିର୍ଦ୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930