Indus Valley Times

କାନ୍ଥ ଭୁଶୁଡି ଶିଶୁ ପୁତ୍ର ମୃତ, ଦମ୍ପତି ଗୁରୁତର

 Breaking News

କାନ୍ଥ ଭୁଶୁଡି ଶିଶୁ ପୁତ୍ର ମୃତ, ଦମ୍ପତି ଗୁରୁତର

September 01
11:15 2024

ଗଞ୍ଜାମ, ୧/୯ : କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ। ତା’ ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଗ୍ରାମ ନିକଟ ତୋଟା ସାହିରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି
ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ। ବାପା ଓ ମା ଉଭୟ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତି ହୋଇଛନ୍ତି।
ଗତକାଲି ରାତିରେ ବାପାମା’ଙ୍କ ସହ ଶିଶୁ ପୁତ୍ରଟି ରାତିରେ ଘରେ ଶୋଇଥିଲା। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ଶିଶୁ ପୁତ୍ରର ଜୀବନ ଚାଲି ଯାଇଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଦମ୍ପତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସୂଚନାଯୋଗ୍ୟ, କିଛି ଦିନ ହେବା ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା ଓ ଏହା ଭୁଶୁଡ଼ି ପଡ଼ିଥିଲା ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031