Legatus

କାରରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ନୟାଗଡ଼ ଟାଉନଥାନା ପୋଲିସ

 Breaking News

କାରରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ନୟାଗଡ଼ ଟାଉନଥାନା ପୋଲିସ

July 15
20:26 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୫/୭: କାରରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ନୟାଗଡ଼ ଟାଉନଥାନା ପୋଲିସ । କାର ସହ ୭୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ। ଗିରଫ ଅଭିଯୁକ୍ତ ଜଣଙ୍କ କନ୍ଦମାଳର ଆଶିସ କୁମାର ପ୍ରଧାନ। ସୁଚନା ଅନୁଯାୟୀ ନୟାଗଡ଼ ଲେଙ୍କୁଡିପଡା ଠାରେ ରାସ୍ତାରୋକ ହୋଇଥିବା ବେଳେ ଏକ ଗଞ୍ଜେଇ ଭର୍ତ୍ତି କାର ସେଠାରେ ଅଟକି ରହିଥିଲା।
କାରର ଡ୍ରାଇଭର ସେଠାରେ ଉପସ୍ଥିତ ଥିବା ପୋଲିସକୁ ଦେଖି କାରଛାଡି ଦୈାଡି ପଳାଇବାକୁ ଚେଷ୍ଟା କରିବାରୁ ପୋଲିସ ତାକୁ ମାଡିବସିବା ସହ କାରର ତଲାସି ନେଇଥିଲା। ତଲାସି ବେଳେ କାରରେ ୩ଟି ବସ୍ଥାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ପରେ କାରଭର୍ତି ଗଞ୍ଜେଇକୁ ପୋଲିସ ଜବତ କରିବା ସହ କାରଚାଳକକୁ ଥାନାକୁ ନେଇ ପଚରାଉଚରା ସହ ଗିରଫ କରାଯାଇଥିଲା।
ଓଜନ ପରେ ଜବତ ଗଞ୍ଜେଇର ପରିମାଣ ୭୦ କେଜି ରହିଥିବା ଜଣାପଡିଛି। କନ୍ଦମାଳରୁ ଭୁବନେଶ୍ୱରକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସାମ୍ବାଦୀକ ସମ୍ମୀଳନୀରେ ସୁଚନା ଦେଇଛନ୍ତି ଏସଡିପିଓ ସ୍ନେହାଶିଷ ସାହୁ।ସମିଳନୀରେ ସସମ ପ୍ରଜ୍ଞାପାରମିତା ଜେନା, ଏ ଏସ ଆଇ ଧର୍ମେନ୍ଦ୍ର ଶିଆଳ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31