କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
November 14
10:42
2021
ପୁରୀ, ୧୪/୧୧: ଆଜି ଓ ଆସନ୍ତାକାଲି ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଆଜି ଶ୍ରୀମନ୍ଦିର ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରହିବ । ସୋମବାର ପଞ୍ଚକ ପ୍ରଥମ ଦିନ ପଡୁଥିବାରୁ ଭିଡ଼ ଆଶଙ୍କାରେ ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି ।
ସୋମବାର ବଡ଼ ଏକାଦଶୀ ଓ ପହିଲି ପଞ୍ଚକରେ ଶ୍ରାମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ତେବେ ଭକ୍ତଙ୍କ ପାଇଁ କଟକଣାରୁ ଅଗଣିତ ଦର୍ଶକ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ।
ସେହିଭଳି ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।