Indus Valley Times

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ୨୦,୦୦୦ ଲାଞ୍ଚ ଓ ୯.୫୩ ଲକ୍ଷ ନଗଦ ଟଙ୍କା ଜବତ

 Breaking News

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ୨୦,୦୦୦ ଲାଞ୍ଚ ଓ ୯.୫୩ ଲକ୍ଷ ନଗଦ ଟଙ୍କା ଜବତ

September 25
11:39 2025

ଭୁବନେଶ୍ୱର,୨୫/୯: ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ମାଡ଼ିବସିଛି ଭିଜିଲାନ୍ସ। ୨୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ତୁଷାରକାନ୍ତ ଯାଞ୍ଚ ରିପୋର୍ଟ ସପକ୍ଷରେ ଦେବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉବା ଜଣାପଡ଼ିଥିଲା। ରେଡ ବେଳେ ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ ଟିମ ଗତକାଲି ରାତିରେ ଭୁବନେଶ୍ୱର TPCODL ସର୍କଲ-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (କ୍ୱାଲିଟି) ତୁଷାରକାନ୍ତ ଜଣେ ଠିକାଦାରଙ୍କ ଠାରୁ ଏକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ସ୍ଥାପିତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡାନ୍ତ ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ସେ ଏହି ଲାଞ୍ଚ ଦାବି କରିଥିଲେ।
ଠିକାଦାରଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ମାସ ଧରି ସେ ରାୟଙ୍କୁ ରିପୋର୍ଟ ପାଇଁ ଅନୁରୋଧ କରୁଥିଲେ, କିନ୍ତୁ ରାୟ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବାଧ୍ୟ ହୋଇ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହା ପରେ ଭିଜିଲାନ୍ସ ଟିମ ତୁଷାରକାନ୍ତଙ୍କୁ ଲାଞ୍ଚ ଗ୍ରହଣ କରୁଥିବାବେଳେ ଧରିଥିଲା।
ଅଭିଯୁକ୍ତ ଠିକାଦାରଙ୍କୁ ତାଙ୍କ ଘରକୁ ଡାକି ନିକଟସ୍ଥ ପାର୍କରେ ଟଙ୍କା ହସ୍ତାନ୍ତର କରିବାକୁ କହିଥିଲେ, ଯେଉଁଠାରେ ଭିଜିଲାନ୍ସ ଟିମ ସମ୍ପୂର୍ଣ୍ଣ ୨୦ ହଜାର ଟଙ୍କା ଜବତ କରିଥିଲା।ଏହା ସହିତ, ଆନୁପାତିକ ସମ୍ପତ୍ତି (ଊଇ) ତଦନ୍ତ ପାଇଁ ରାୟଙ୍କ ସମ୍ପର୍କୀୟ ୩ଟି ସ୍ଥାନରେ ତଦନ୍ତ କରାଯାଇଥିଲା। ଏହି ତଲାସୀ ସମୟରେ ତାଙ୍କ ଘରୁ ୯ ଲକ୍ଷ ୫୩ ହଜାର ୨୦୦ ଟଙ୍କା ଜବତ ହୋଇଛି।
ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୨୧ (୨୪.୦୯.୨୦୨୫) ଦଫା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930