Indus Valley Times

କେନ୍ଦୁଝର :ଅଟୋ-ବସ ଧକ୍କା, ୪ ଆହତ

 Breaking News

କେନ୍ଦୁଝର :ଅଟୋ-ବସ ଧକ୍କା, ୪ ଆହତ

କେନ୍ଦୁଝର :ଅଟୋ-ବସ ଧକ୍କା, ୪ ଆହତ
February 18
10:58 2023

କେନ୍ଦୁଝର :ଅଟୋ-ବସ ଧକ୍କା, ୪ ଆହତ
କେନ୍ଦୁଝର,୧୮/୨: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ହନୁମାନ୍ତିଆ ପୋଲ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣ ଆହତ ହୋଇଛନ୍ତି।
ସେମାନେ ଅଟୋ ଡ୍ରାଇଭର ଚନ୍ଦ୍ରଶେଖର ପୁର ଗାଁର ଅର୍ଜୁନ ବାରିକ, ଝାରଡ଼ଖଣ୍ଡ ଅଞ୍ଚଳର ଶ୍ରମିକ ହିକମତ ଆନସାରୀ ଓ ମୁସ୍ତଫା ଆନସାରୀ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଡ୍ରାଇଭର ଅର୍ଜୁନ ମୁସ୍ତଫା ଓ ହିକମତଙ୍କୁ ଅଟୋରେ ନେଇ ତେଲକୋଇ ଅଭିମୁଖେ ଯାଉଥିଲା। ଏହି ସମୟରେ ତେଲକୋଇରୁ ରାଉରକେଲା ଯାଉଥିବା ଏକ ଯାତ୍ରୀବାହୀ ବସ୍ ହନୁମନ୍ତିଆ ପୋଲ ନିକଟରେ ରଙ୍ଗ୍ ସାଇଡ୍ରେ ଆସି ଅଟୋକୁ ଧକ୍କା ଦେଇଥିଲା। ପରେ ବସ୍ଟି ସେଠାରୁ ପଳାଇଯାଇଥିଲା।
ଦୁର୍ଘଟଣାରେ ଅଟୋ ଡ୍ରାଇଭର ଓ ୨ ଜଣ ଶ୍ରମିକ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକ ସହାୟତାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କର କିଛି ହୋଇନାହିଁ। ବସ୍ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି ଭାଙ୍ଗି ରୁଜି ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031