Indus Valley Times

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର

 Breaking News

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର
June 27
10:35 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୭/୬ : ବରୁଣେଇ ପାଇକ ସ୍ମାରକୀ ନିର୍ମାଣର ଚିନ୍ତା ନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ତମ ଜନ୍ମ ଦିବସ ପାଳନ ଅବସରରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଖୋରଧା ଟି.ଏଲ.ସି ରୋଡ଼ସ୍ଥିତ ଜିଲ୍ଲା ପ୍ରେସ କ୍ଲବ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
କଳିଙ୍ଗ ପାଇକ ସଂଗଠନର ପୃଷ୍ଠପୋଷକ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ବି.ଜେ.ପି ପ୍ରବକ୍ତା ସୁରଥ ବିଶ୍ୱାଳ, ଇଂ.ଶିଶିର କୁମାର ନାୟକ, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟିର ଉପସଭାପତି ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନଙ୍କ ପରିଚାଳନାରେ ସର୍ବଶ୍ରୀ ମୃତ୍ୟୁଞ୍ଜୟ ଛୋଟରାୟ, ସତ୍ୟବାଦୀ ବଳିଆରସିଂହ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ରାମ ନାରାୟଣ ଦାଶ, ଚନ୍ଦନ ବଳିଆରସିଂହ, ପ୍ରସନ୍ନ କୁମାର ପାଇକରାୟ, ପ୍ରଭାତ କୁମାର ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ହାତୀ, ଶୁଭ୍ରାଂଶୁ ସାମନ୍ତରାୟ, ବୈକୁଣ୍ଠ ନାଥ ମହାପାତ୍ର, ନିରଞ୍ଜନ ମହାନ୍ତି, ସମରେନ୍ଦ୍ର ବଳିଆରସିଂହ, ସୌମ୍ୟ ରଂଜନ ହରିଚନ୍ଦନ, ସଂଗ୍ରାମ ହୋତା, ବିଧାନ ଚନ୍ଦ୍ର ମହାନ୍ତି, ମନସ୍ମିତା ଜେନା, ସୌମେନ୍ଦ୍ର ହୋତା, ବସନ୍ତ କୁମାର ଦାଶ, ବଂଶୀଧର ଦାସ, ଗଣେଶ ଛୁଆଳସିଂ, ରାଜକୃଷ୍ଣ ବଳିଆରସିଂହ, ମନୋରଂଜନ ପଶ୍ଚିମ କବାଟ ପ୍ରମୁଖ ସହଯୋଗ କରିଥିଲେ।
ବିଭିନ୍ନ ଅଂଚଳରୁ ଆସିଥିବା ୨୩ ଜଣ ବ୍ୟକ୍ତି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହଯୋଗରେ ଡ଼ାକ୍ତର ସୌରଭ ସୁନ୍ଦରରାୟ, ଝାନ୍ସିରାଣୀ ପାତ୍ର, ଅରୁଣ କୁମାର ସାହୁ, ବିଚିସ୍ମିତା ପୁହାଣ ଓ ଲକ୍ଷ୍ମୀପ୍ରିୟା ପ୍ରଧାନ ପ୍ରମୁଖ ସୁରଖୁରୁରେ ରକ୍ତଦାନ ଗ୍ରହଣ କରିଥିଲେ ଓ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031