କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ନୟାଗଡ ଗ୍ରସ୍ତ, ଚାନ୍ଦପୁର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୟାଗଡ,୬/୮ : ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଯାହାକି ଆକ୍ରାନ୍ତ ଙ୍କ ସଂଖ୍ୟା ୭୦୦ ପାର ହୋଇଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୦୦ ପାର ହୋଇଥିବା ଜଣାପଡିଛି।
ଏଭଳି ପରିସ୍ଥିତିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ନୟାଗଡ ଗ୍ରସ୍ତ କରି ନୟାଗଡର ଚାନ୍ଦପୁର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିବା ସହିତ ବିଭିନ୍ନ ବ୍ୟବସ୍ଥା ର ସମୀକ୍ଷା କରିଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ହସ୍ପିଟାଲ୍ ର ସମସ୍ତ ୱାର୍ଡ କୁ ପରିଦର୍ଶନ କରିବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଗୁଡ଼ିକର ସମୀକ୍ଷା କରିବା ସହିତ ହସ୍ପିଟାଲ୍ ରେ ରହୁଥିବା ରୋଗୀ ମାନଙ୍କୁ ଦିଆ ଯାଉଥିବା ଖାଦ୍ୟ ପାନୀୟ ସମ୍ପର୍କରେ ପଚାରି ବୁଝିଥିଲେ । ଆଇସିୟୁ ୱାର୍ଡ କୁ ଯାଇ ବିଭିନ୍ନ ସୁବିଧା ସୁଯୋଗ ଉପରେ ସମୀକ୍ଷା କରିବା ସହିତ ଦୈନିକ କେତେ ଜଣ ରୋଗୀଙ୍କ ଟେଷ୍ଟ କରାଯାଉଛି ଏବଂ କେତୋଟି ଆମ୍ବୁଲାନ୍ସ ଗାଡ଼ି କାର୍ୟ୍ୟରତ ରହିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପଚାରି ବୁଝିଥିଲେ ।
![](http://indusvalleytimes.com/news/wp-content/uploads/2020/08/xxx.jpg)
ଜିଲ୍ଲା ପ୍ରଶାସନ ଦ୍ବାରା କରାଯାଉଥିବା ସମସ୍ତ ପଦକ୍ଷେପ କୁ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ,ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ,ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚା ନନ ପଟ୍ଟା ୟତ ,ଚାନ୍ଦପୁର କୋଭିଡ୍ ହସ୍ପିଟାଲ୍ ଅଧିକ୍ଷକ ଡ଼ା.ବି.ସୂର୍ୟ୍ୟ ରାଓ,ଏବଂ ସମ୍ ହସ୍ପିଟାଲ୍ ରୁ ଆସିଥିବା ଡାକ୍ତରୀ ଦଳ ଉପସ୍ଥିତ ଥିଲେ।