Legatus

କୋଟଗଡ଼ରେ ଜିଲ୍ଲା ଡ୍ରାଇଭର ସଙ୍ଘର ବନ୍ଧୁମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

 Breaking News

କୋଟଗଡ଼ରେ ଜିଲ୍ଲା ଡ୍ରାଇଭର ସଙ୍ଘର ବନ୍ଧୁମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

August 17
21:02 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୮: ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ କନ୍ଧମାଳ ଜିଲ୍ଲା ଡ୍ରାଇଭର ସଙ୍ଘର ବନ୍ଧୁମିଳନ ସହ ଏକ ଶୋଭାଯାତ୍ରା ଓ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି । ପ୍ରଥମେ କୋଟଗଡ ଶ୍ରୀଜଗନ୍ନାଥ ମନ୍ଦିରରୁ ଜିଲ୍ଲାର ବାର ଗୋଟି ବ୍ଲକ ରେ ଥିବା ସଂଘ ର କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଏକ ବିରାଟ ଶୋଭାଯାତ୍ରା ବାହାରି ସମଗ୍ର କୋଟଗଡ଼ ବଜାରରେ ଜୟ ଜଗନ୍ନାଥ ନାରା ଦେଇ ପରିକ୍ରମା କରିବା ପରେ ବିଜୁ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ବୈଠକ ଜିଲ୍ଲା ସଂଘ ସଭାପତି ଆଲୋକ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ପ୍ରଥମେ ଉପସ୍ଥିତ ଅତିଥି ମାନେ ଶ୍ରୀ ଜଗନ୍ନାଥ ଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ଜଳନ କରି ପୁଷ୍ପ ମାଲ୍ୟାର୍ପଣ କରି ସଭା କାର‌୍ୟ୍ୟ ଆରମ୍ଭ କରିଥିଲେ ।
ଏଥିରେ ଡ୍ରାଇଭର ମାନେ ଡ୍ରେସ କୋଡ ରେ ଥାଇ ନିଶା ସେବନ ନ କରିବା, ଅନ୍ୟକୁ ସୁବିଧା ଅସୁବିଧା ରେ ସହଯୋଗ କରିବା, ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସହଯୋଗ କରିବା ପରି ଏକାଧିକ ସଚେତନତା କରାଯାଇ ଥିଲା କ୍ଷ ଲୋକଙ୍କୁ ଅହରହ ସେବା ଯୋଗାଉଥିବା ଡ୍ରାଇଭର ମାନଙ୍କ ହକ ପାଇଁ ସଂଘ ତରଫରୁ ରାଜ୍ୟ ସରକାର ଙ୍କ ନିକଟରେ ଦାବୀକୁ ତୀବ୍ରତର କରିବ ବୋଲି ଏହି ସଭାରେ ଶ୍ରୀ ବେହେରା ପ୍ରକାଶ କରିଥିଲେ ।
ପରେ ପରେ ଏଥିରେ ସର୍ବସମ୍ମତି କ୍ରମେ କୋଟଗଡ଼ ଡ୍ରାଇଭର ସଙ୍ଘର ସଭାପତି ଭାବେ ସନ୍ତୋଷ କୁମାର ବେହେରା ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସୁଶାନ୍ତ କୁମାର ପ୍ରଧାନ, ସମ୍ପାଦକ ଭାବେ ଅଶୋକ କୁମାର ଦାଶ, ସହ ସମ୍ପାଦକ ଭାବେ ରମାକାନ୍ତ ଦଳପତି, ଓ କୋଷାଧକ୍ଷ ଭାବେ ରାଜୁ ପ୍ରଧାନ ନିର୍ବାଚିତ ହୋଇଥିଲେ ।
କନ୍ଧମାଳ ଜିଲ୍ଲାର ବାରଟା ବ୍ଲକରୁ ଆସିଥିବା ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଉତ୍ତରୀୟ ଦେଇ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ଶେଷରେ ସମସ୍ତ ଡ୍ରାଇଭର ମିଶି ସଂଘ ର ନୀତିନିୟମ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ ।
ପ୍ରଧାନଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସୁଡ୍ରା ଆଶ୍ରମର ପ୍ରଧାନ ଶିକ୍ଷକଙ୍କ ବଦଳି: କାର୍ଯ୍ୟାନୁଷ୍ଠାନ କେବେ ?
ବାଲିଗୁଡ଼ା,୧୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସାନ୍ତୁନୁ କୁମାର ପ୍ରଧାନ ଦୀର୍ଘ ୭ବର୍ଷ ହେଲା ସେଠାରେ କାର୍ଯ୍ୟ କରିଆସୁଛନ୍ତି।
ବିଭିନ୍ନ ସମୟ ରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବା, ପିଲାଙ୍କୁ ଠିକ ଭାବେ ପାଠ ନ ପଢ଼ାଇବା, ସିସିଏ ଙ୍କୁ ଖରାପ ନଜର ରେ ଦେଖିବା ଓ ଚାଉଳ ବିକ୍ରି କରିବା ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ସହ ଓ ସେଠାରେ ବିଦ୍ୟାଳୟ ପରିଚାଳନା କମିଟି ସହ ବିବାଦ ଦେଖାଦେଇଥିଲା ।
ବହୁ ବାଦ ବିବାଦ ପରେ ଜିଲ୍ଲାପାଳ ହସ୍ତକ୍ଷେପ କରି ପ୍ରଧାନ ଶିକ୍ଷକ ସାନ୍ତୁନୁ ପ୍ରଧାନ ଙ୍କୁ କୋଟଗଡ ବ୍ଲକ ର ଓରା ପଞ୍ଚାୟତ ଡକା ଆଶ୍ରମ ବିଦ୍ୟାଳୟ କୁ ବଦଳି କରିଛନ୍ତି ।
ହେଲେ ତାଙ୍କ ବିରୁଦ୍ଧରେ ଏତେ ଗୁଡ଼ାଏ ସଙ୍ଗୀନ ଅଭିଯୋଗ ଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉଚିତ ଦଣ୍ଡ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ସରୋଜିନୀ ମଲ୍ଲିକ ଦାବୀ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୧ ତାରିଖ ରାତିରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟ ର ପଛ ପାଖ ଗେଟ ପଟେ ଡ଼ାକି ଦୀର୍ଘ ସମୟ ରଖିବା ପରେ ଛାଡ଼ିବାକୁ ଆସିଥିବା ବେଳେ ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ପ୍ରଧାନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା । ଏ ନେଇ ୩୦ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିବା ସହ ଏହି ଘଟଣାରେ ୪ଜଣକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେବଳ ଅନ୍ୟ ଏକ ବିଦ୍ୟାଳୟ କୁ ବଦଳି କରି ଜିଲ୍ଲା ପ୍ରଶାସନ କାମ ସାରି ଦେଇଥିବାରୁ ସମଗ୍ର ଅଞ୍ଚଳରେ ଅଦ୍ୟାବଧି ସୁଦ୍ଧା ଚାପା ଉତ୍ତେଜନା ଲାଗି ରହିଛି । ଏଥି ପ୍ରତି ପୁଣି ଦୃଷ୍ଟି ଦେଇ ଉକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚ ଙ୍କ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31