Indus Valley Times

କ୍ରାନ୍ତିକାରୀ ଶ୍ରମିକ ନେତା ସୁଶାନ୍ତ ମହାନ୍ତିଙ୍କ ୨୪ ତମ ସ୍ମୁତି ଚାରଣ ସଭା ଅନୁଷ୍ଠିତ

 Breaking News

କ୍ରାନ୍ତିକାରୀ ଶ୍ରମିକ ନେତା ସୁଶାନ୍ତ ମହାନ୍ତିଙ୍କ ୨୪ ତମ ସ୍ମୁତି ଚାରଣ ସଭା ଅନୁଷ୍ଠିତ

August 11
14:44 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୧/୮ : ଜଟଣୀର ଲଢୁଆ ନେତା ତଥା କ୍ରାନ୍ତିକାରୀ ଶ୍ରମିକ ନେତା ସୁଶାନ୍ତ ମହାନ୍ତିଙ୍କ ୨୪ ତମ ସ୍ମୃତି ଚାରଣ ସଭା ଅଗଷ୍ଟକ୍ରାନ୍ତି ଦିବସରେ ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର ରୁ ଅଲଗା କରି ଜଟଣୀଳୁ ଏକ ସ୍ବତନ୍ତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ କରାଯିବାକୁ ୧୯୭୨ ମସିହାରେ ସ୍ବର୍ଗତ ସୁଶାନ୍ତ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ନିଜକୁ ସାମିଲ କରିବା ସହିତ ୧୯୭୫ ମସିହାରେ ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣାକୁ ବିରୋଧ କରି ସ୍ବର୍ଗତ ମହାନ୍ତି ୧୯ ମାସ ମିସା ବନ୍ଦୀ ଭାବେ କାରାବରଣ କରିଥିବାର ଏହି ସ୍ମୃତି ଚାରଣ ସଭାରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।
ଜଟଣୀ ବରିଷ୍ଠ ନାଗିରକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ସଭାପତି ଅବନୀ ରାଉତରାୟ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଅନୁଷ୍ଠାନର ସାଧାରଣ ସଂପାଦକ ତଥା ଶିକ୍ଷାବିତ ଜବାହରଲାଲ ସୁବୁଦ୍ଧି, ଉପସଭାପତି ତଥା ପୁର୍ବତନ ସରପଂଚ ଦିବାକର ମଙ୍ଗରାଜ, ସଂପାଦକ ବୈଷ୍ଣବ ଚରଣ ବରାଳ, ଯୁବ ସଂଗଠକ ଅରୁଣ କୁମାର ମହାନ୍ତି, ଶ୍ରମିକ ନେତା ସାରଙ୍ଗଧର ବେହେରା,ଜଟଣୀ ବିକାଶ ପରିଷଦ ଉପସଭାପତି ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ଯୁବ ସଂଗଠକ ସୁଶାନ୍ତ କୁମାର ସାମନ୍ତରାୟ, ସମାଜସେବୀ ସୁଶାନ୍ତ କୁମାର ରାଉତ, ବୈରାଗୀ ଚରଣ ଜେନା, ବିଷ୍ଣୁପ୍ରସାଦ ଘଟୁଆରୀ, ଅଧିବକ୍ତା ଆଶୁତୋଷ ରାୟ, ସମାଜସେବୀ ହବିବୁର ରହମାନ,ପ୍ରମୁଖ ସ୍ବର୍ଗତ ସୁଶାନ୍ତ ମହାନ୍ତିଙ୍କୁ ଓଡିଶାର ଅନ୍ୟତମ ଲଢୁଆ ନେତା ଭାବେ ମତବ୍ୟକ୍ତ କରିଥିଲେ । ଶେଷରେ ଯୁବ ସମାଜସେବୀ ବାସୁଦେବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031