Indus Valley Times

ଖୋର୍ଦ୍ଧା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ୱାକାଥାନ୍ ଅନୁଷ୍ଠିତ

 Breaking News

ଖୋର୍ଦ୍ଧା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ୱାକାଥାନ୍ ଅନୁଷ୍ଠିତ

November 02
20:46 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨/୧୧ : ଆଜି ସକାଳେ ଖୋର୍ଦ୍ଧା ପୁଲିସ ଦ୍ୱାରା “ସାଇବର ସୁରକ୍ଷା ସଚେତନତା ୱାକାଥନ୍” ଆୟୋଜିତ କରାଯାଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ନାଗରିକମାନଙ୍କ ମଧ୍ୟରେ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଅନଲାଇନ୍ ବ୍ୟବହାରକୁ ପ୍ରୋତ୍ସାହିତ କରିବା।
ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ, ନୂଆ ବସଷ୍ଟାଣ୍ଡ ,ଖୋର୍ଦ୍ଧା ଜୁଡ଼ିସିଆଲ କୋର୍ଟ, ସମବାୟ ଛକ,ପୁରୁଣା ମେଡ଼ିକାଲ ରୋଡ଼ ,ପୁରୁଣା ବସଷ୍ଟାଣ୍ଡ ,ମଡେଲ୍ ପୁଲିସ ଷ୍ଟେସନ୍ ମାର୍ଗରେ ଗତି କରି, ପୁନଃ ସେହି ସ୍ଥାନରେ ସମାପ୍ତ ହୋଇଥିଲା।
ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଏହି ଅବସରରେ ଉପସ୍ଥିତ ହୋଇ ୱାକାଥନ୍‌କୁ ନେତୃତ୍ୱ ନେଇଥିଲେ ଓ ଅଂଶଗ୍ରହଣକାରୀ ମାନଙ୍କୁ ଡିଜିଟାଲ୍ ଜଗତରେ ସଚେତନ ଓ ସତର୍କ ରହିବା ପାଇଁ ପ୍ରେରିତ କରିଥିଲେ।
କାର୍ଯ୍ୟକ୍ରମରେ ପୁଲିସକର୍ମଚାରୀ, ସିଭିଲ୍ ଅଧିକାରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉତ୍ସାହପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିଥିଲେ।
ସେମାନେ ସାଇବର ହାଇଜିନ୍, ଅନଲାଇନ୍ ଠକେଇ ପ୍ରତିରୋଧ ଓ ଦାୟିତ୍ୱପୂର୍ଣ୍ଣ ସୋସିଆଲ୍ ମିଡିଆ ବ୍ୟବହାର ବିଷୟରେ ସଚେତନତା ସନ୍ଦେଶ ସହ ପ୍ଲାକାର୍ଡ ଧାରଣ କରି ସ୍ଲୋଗାନ୍ ଦେଇଥିଲେ।
ଏହି ୱାକାଥନ୍ ଖୋର୍ଦ୍ଧା ପୁଲିସଙ୍କ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରିଛି – ଏକ ସୁରକ୍ଷିତ ଓ ସାଇବର ସଚେତନ ସମାଜ ଗଠନ ପାଇଁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031