Indus Valley Times

ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ପ୍ରଗତିର ସମୀକ୍ଷା କଲେ ବୌଦ୍ଧ ଜିଲ୍ଲାପାଳ

 Breaking News

ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ପ୍ରଗତିର ସମୀକ୍ଷା କଲେ ବୌଦ୍ଧ ଜିଲ୍ଲାପାଳ

May 20
21:23 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୫ : ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ପ୍ରଗତିର ସମୀକ୍ଷା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା ପାଇଁ ଗସ୍ତ କରିଥିଲେ।
ସକାଳ ପ୍ରାୟ ୯.୩୦ ଘଟିକାରେ ଜିଲ୍ଲାପାଳ ତିରିଶ ମାଇଲ୍ ଗ୍ରାମକୁ ପହଞ୍ଚି ପ୍ରସ୍ତାବିତ ଚାରିଛକ ରେଳ ଷ୍ଟେସନ୍ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ।
ସେଠାରେ ରେଳ ଷ୍ଟେସନ୍ ନିକଟରେ ଥିବା ଅତିକ୍ରମଣକୁ ତୁରନ୍ତ ହଟାଇବା ପାଇଁ ତହସିଲଦାର କର୍ଣ୍ଣ ସୁନାଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପରେ ସେ ପୁରୁଣାକଟକ ରେଳ ଓଭରବ୍ରିଜ୍ କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ। ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଅବଶିଷ୍ଟ କାର୍ଯ୍ୟ ୭ ଦିନ ମଧ୍ୟରେ ସମାପ୍ତ କରିବାକୁ ସମ୍ପୃକ୍ତ ରେଳ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଜିଲ୍ଲାପାଳ ପାଣିଘରା ଅଞ୍ଚଳକୁ ଯାଇ ମଧ୍ୟାହ୍ନ ସମୟରେ ଇଣ୍ଟେକ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ କାର୍ଯ୍ୟକୁ ଗୁଣାତ୍ମକ ଓ ସମୟୋପଯୋଗୀ ଭାବେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ।
ପରବର୍ତ୍ତୀ ସମୟରେ ସେ ବୁଲୁରା ସାହି, ଭେଜିଗୁରା ଏବଂ ମଲ୍ଲିକପଡା ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ସରକାରୀ ଜମିରେ ହୋଇଥିବା ଅତିକ୍ରମଣ ସମ୍ବନ୍ଧରେ ସମୀକ୍ଷା କରି ତହସିଲଦାରଙ୍କୁ ଅତିକ୍ରମଣ ହଟାଇବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ସମୟରେ ବୌଦ୍ଧ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର କର୍ଣ୍ଣ ସୁନା ଏବଂ ଅତିରିକ୍ତ ତହସିଲଦାର ଶୁଭଦର୍ଶନ ଧଳ ଓ ରେଳ ଅଧିକାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031