Indus Valley Times

ଖୋଲିବ ହୀରାକୁଦ୍ ଗେଟ୍, ଡାକବାଜିରେ ଆରମ୍ଭ ହେଲା ପ୍ରଚାର

 Breaking News

ଖୋଲିବ ହୀରାକୁଦ୍ ଗେଟ୍, ଡାକବାଜିରେ ଆରମ୍ଭ ହେଲା ପ୍ରଚାର

ଖୋଲିବ ହୀରାକୁଦ୍ ଗେଟ୍, ଡାକବାଜିରେ ଆରମ୍ଭ ହେଲା ପ୍ରଚାର
July 21
11:20 2023

ସମ୍ବଲପୁର,୨୧/୭ :ରବିବାର ସକାଳ ୯ଟା ସମୟରେ ହୀରାକୁଦରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ଏତଦ୍ୱାରା ମହାନଦୀ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହି ସମୟରେ ତଳମୁଣ୍ଡରେ ବସବାସ କରୁଥିବା ଲୋକେମାନେ ନଦୀ ମଧ୍ୟକୁ ଯାଆନ୍ତୁ ନାହିଁ।
କୌଣସି ଦୁର୍ଘଟଣା ହୀରାକୁଦ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ମାଇକ ଦ୍ୱାରା ଏପରି ପ୍ରଚାର କରାଯାଇ ଲୋକମାନଙ୍କୁ ସତର୍କ କରାଯାଉଛି। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି।
ଅନ୍ୟପକ୍ଷରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ୟବେଳେ ଏବେ ଜଳପତ୍ତନ ୬୧୩ ଫୁଟ୍ରେ ପହଞ୍ଚିଲାଣି। ଜଳ ଭଣ୍ଡାରକୁ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଗେଟ୍ ଖୋଲାଗଲେ ହୀରାକୁଦ ଡ୍ୟାମ୍ର ତଳମୁଣ୍ଡରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। ଏଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଡ୍ୟାମ୍ର ତଳମୁଣ୍ଡରେ ବସବାସ କରୁଥିବା ଲୋକେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031