Indus Valley Times

ଗଜପତି: ଅବକାରୀ ଚଢ଼ାଉ, ୨ ଗିରଫ ଓ କୋର୍ଟ ଚାଲାଣ

 Breaking News

ଗଜପତି: ଅବକାରୀ ଚଢ଼ାଉ, ୨ ଗିରଫ ଓ କୋର୍ଟ ଚାଲାଣ

ଗଜପତି: ଅବକାରୀ ଚଢ଼ାଉ, ୨ ଗିରଫ ଓ କୋର୍ଟ ଚାଲାଣ
February 04
09:43 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୨: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ନିରୀକ୍ଷକ ଶ୍ରୀ ବାଳକୃଷ୍ଣ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ଓ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ ପକ୍ଷରୁ ଅବକାରୀ ଚଢ଼ାଉ କରା ଯାଇଥିଲା ।
କୋଣସି ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ସହରର ପାଟପାଟଣା ରୋଡ଼ ଅଞ୍ଚଳରେ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ପେଟ୍ରୋଲ ବାଙ୍କ ନିକଟରୁ ଚୋରାରେ ରଖା ଯାଇଥିବା ୨୯ ଲିଟର ଦେଶୀ ମଦ ଜବତ କରାଯିବା ସହ ଦୁଇଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରା ଯାଇଥିଲା।
ଗିରଫ କରା ଯାଇଥିବା ଦୁଇଜଣ ଚୋର ମଦ ବେପାରୀ ହେଲେ ପାରଳାଖେମୁଣ୍ଡି ସ୍ଥିତ ପୋଷ୍ଟାଲ କଲୋନୀର ଟି: ଜଗଦୀଶ୍ବେର(୫୫) ଏବଂ ପାରଳାଖେମୁଣ୍ଡି ସ୍ଥିତ ଜାଗିଲି ସାହିର ପି:ଗଙ୍ଗା(୪୫) । ଗିରଫ ଦୁଇ ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।
ଏହି ଚଢ଼ାଉରେ ପାରଳାଖେମୁଣ୍ଡି ଅବକାରୀ ଆର୍ମଷ୍ଟାଫ ଓ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଷ୍ଟାଫ ସାମିଲ ଥିଲେ ।
ଏହି ଅବକାରୀ ଚଢ଼ାଉ ମୁଖ୍ୟତଃ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031