Indus Valley Times

ଗଜପତି: ଗ୍ରାମାଞ୍ଚଳ ସ୍ତରରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନ ସମେତ ନମୁନା ସଂଗ୍ରହ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗ୍ରାମାଞ୍ଚଳ ସ୍ତରରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନ ସମେତ ନମୁନା ସଂଗ୍ରହ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

September 06
23:11 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୯ : ବର୍ଷା ମାସ ଦିନରେ ଅଧିକାଂଶ ରେ ମଶାଙ୍କ ବଂଶବୃଦ୍ଧି ହେବାରେ ସହାୟକ ହୋଇଥାଏ । ଏହା ଫଳରେ ଲୋକଙ୍କୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ବ୍ୟାପିବା ସମ୍ବାବନା ରହିଥାଏ ।
ଅନ୍ୟପକ୍ଷରେ ଏହି ତାମ୍ପରା କଇଠାଗ୍ରାମରେ ଗତ ବର୍ଷ ୬ ଟି ଡେଙ୍ଗୁ ପୋଜିଟିଭ ଥିଲା ଏବଂ ଏ ସବୁକୁ ଦୃଷ୍ଟିରେ ଏ ସବୁଠାରୁ ଦୂରେଇ ରହି ସାବଧାନତା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସମନ୍ୱିତ ସର୍ବେକ୍ଷଣ ଅଭିଯାନ ଅନ୍ତର୍ଗତ ଏମଡିଡି: କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ତରରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ସମେତ ଆରଡିକେ: ନମୁନା ସଂଗ୍ରହ କାର୍ଯ୍ୟକ୍ରମ କରାଯାଉଛି ।
ଗଜପତି ଜିଲ୍ଲାର ଗ୍ରାମାଞ୍ଚଳ ଗୋଷାଣୀ ବ୍ଲକ ଅନ୍ତର୍ଗତ ତାମ୍ପର କାଇଠା ଗ୍ରାମରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ବିଭିନ୍ନ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏଭଳି ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ , ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ମମତା ପାଢ଼ୀ , ସ୍ଵାସ୍ଥ୍ୟ ସୁପରଭାଇଜର ଶ୍ରୀ ସ୍ନେହାସିସ ସାମଲ , ଏଏନଏମ: ଶ୍ରୀମତୀ ସସ୍ମିତା ରାଉତ ଏବଂ ମେଲ ସ୍ବାସ୍ଥ୍ୟକର୍ମୀ ଶ୍ରୀ ନାଗେଶ୍ଵର ପଟନାୟକ ପ୍ରମୁଖ ଏହି ସମସ୍ତ ସଚେତନତା ଅଭିଯାନରେ ସାମିଲ ଥିଲେ ।
ପରେ ଗ୍ରାମରେ ଗ୍ରାମ ବାସୀଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା ରେ ବହୁ ଆଶା , ଅଙ୍ଗନବାଡ଼ି କର୍ମୀ , ଗାଁ କଲ୍ୟାଣ ସମିତି ସଭ୍ୟ ସଭ୍ୟା ସ୍କୁଲ ପିଲା ମାନେ ବାହାରି ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ\’ରୁ ରକ୍ଷା ପାଇବା ପାଇଁ ରହିଥିବା ଉପାୟ ଉପରେ ସଚେତନତା ବ୍ୟାନର ଧରି ମାଇକ ଯୋଗେ ପ୍ରଚାର କରି ସଚେତନ କରାଇଥିଲେ ।
ମୁଖ୍ୟତଃ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ର କାରଣ , କଣ ପାଇ ହୋଇଥାଏ , ଏହା ହେଲେ କଣ ସବୁ ଲକ୍ଷଣ ଦେଖା ଦେଇଥାଏ ଏବଂ ଏହି ରୋଗର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାର\’ର ଲକ୍ଷଣ ଦେଖା ଦେଲେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରାଇ ନେବା ସହ ଔଷଧ ଖାଇ କିଭଳି ରୋଗରୁ ଉପଶମ ଲାଭ କରିବେ , ସେ ଦିଗରେ ସଚେତନ କରାଇବା ସହ ସଚେତନତା ପାତ୍ର ମଧ୍ୟ ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ସଚେତନତା ଅଭିଯାନ ବେଳେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ମୁଖ୍ୟ କାରଣ ହୋଇଥିବା ତଥା ଏଣେ ତେଣେ ପଡି ରହିଥିବା କଟା ପଇଡ ସହ ଅନ୍ୟାନ୍ୟ ଭଙ୍ଗା ପାତ୍ର ଯେଉଁଠି\’କି ଦୀର୍ଘ ଦିନଧରି ପାଣି ଜମି ରହି ମଶା\’ର ବଂଶବୃଦ୍ଧି ପାଇଁ ପଥ ସୁଗମ ହୋଇଥାଏ , ସେ ସବୁକୁ ଓଲଟାଇ ନଷ୍ଟ କରିବା ସହ ଛୋଟ ଛୋଟ ଗଛବୁଦା କାଟି ସଫା କରାଯିବାପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିଦ୍ୟାଳୟ ଛୋଟ ପିଲାଙ୍କୁ ହାତ ଧୁଆ ଉପରେ ସଚେତନ କରାଇବା ସହ ସଚେତନତା ଶୋଭାଯାତ୍ରା ବାହାରି ଲୋକଙ୍କ ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆ ରୋଗ ଦାଉରୁ କିଭଳି ରକ୍ଷା ପାଇବେ ସେ ଦିଗରେ ସଚେତନ କରାଇଥିଲେ
ପରେ ବିଭିନ୍ନ ବର୍ଗର ପ୍ରାୟ ୧୨ ଜଣ\’ଙ୍କ ଆରଡିକେ: ନମୁନା ସଂଗ୍ରହ କରା ଯାଇଥିଲା ।
ପରେ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସେମାନଙ୍କୁ ସଫାସୁତୁରା ରଖିବା ଏବଂ ମଶାରୀ ଭିତରେ ଶୋଇବା ଉପରେ ଶପଥ ପାଠ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଶାକର୍ମୀ ଶ୍ରୀମତୀ ପଦ୍ମାବତୀ ବେହେରା ଓ ଶ୍ରୀମତୀ କୁମାରୀ ବେହେରାଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଶୋଭା ଦେବୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । –

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031