Legatus

ଗଜପତି: ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

November 09
20:54 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି,୯/୧୧: ମାନ୍ୟବର ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଏବଂ ମାନ୍ୟବର ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସେରଙ୍ଗ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନାସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନସେବା ଦିବସ ପାଳନ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗ ଦେଇ ଦିବସ ପାଳନର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ କହି ସଚେତନ କରାଇବା ସହ ଆଇନସେବା ପ୍ରାଧିକରଣ ଧାରା ୧୯୮୭ , ଲୋକ ଅଦାଲତ , ମଧ୍ୟସ୍ଥତା , ସ୍ଥାୟୀ ଲୋକ ଅଦାଲତ ଏବଂ ନ୍ୟାୟ ସଂଯୋଗ ବିଷୟରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେ ।
ଏହି ଅବସରରେ “ନେସନାଲ ଲିଗାଲ ଏଡ୍” ହେଲ୍ପ ନଂ- ୧୫୧୦୦ ର ବ୍ୟବହାର ଏବଂ ତାର ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ଉପସ୍ଥିତ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସେରଙ୍ଗ ଥାନାର ଥାନାଧିକାରୀ ଶ୍ରୀ ଅଶୋକ କୁମାର ହାଁସଦା , ଗୁମ୍ମା ବ୍ଲକର ସିଡିପିଓ: ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ , ଆଇନଜୀବୀ ଶ୍ରୀ ଜିତେନ୍ଦ୍ର ପଟନାୟକ , ସେରଙ୍ଗ ପଞ୍ଚାୟତ ସୁପରଭାଇଜର ଶ୍ରୀମତୀ ମାଧୁରୀ ପାଣିଗ୍ରାହି ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀ ଶ୍ରୀମତୀ ଶଶିରେଖା ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ ଏହି କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ଗ୍ରାମ ତଥା ପଞ୍ଚାୟତର ଅଙ୍ଗନବାଡି କର୍ମୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଅନ୍ୟ ମହିଳା ମାନଙ୍କୁ ନେଇ ଆଇନ ସଚେତନତା ଉପରେ ଏକ ବିରାଟ ଶୋଭାଯାତ୍ରା ବାହାରି ପ୍ଲା କାର୍ଡ ଧାରୀ ବଜାର ଓ ଗ୍ରାମ ପରିକ୍ରମା କରିବା ସହ ପ୍ରାଧିକରଣ ପକ୍ଷରୁ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇ ଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31