Indus Valley Times

ଗଜପତି : ଜିଲ୍ଲା ନୋଡାଲ ସେକ୍ରେଟାରୀ ଡ଼: ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଗସ୍ତ

 Breaking News

ଗଜପତି : ଜିଲ୍ଲା ନୋଡାଲ ସେକ୍ରେଟାରୀ ଡ଼: ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଗସ୍ତ

ଗଜପତି : ଜିଲ୍ଲା ନୋଡାଲ ସେକ୍ରେଟାରୀ ଡ଼: ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଗସ୍ତ
September 10
10:41 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି , ୧୦/୯ : ମଙ୍ଗଳବାର ଜିଲ୍ଲା ନୋଡାଲ ସେକ୍ରେଟାରୀ ତଥା ଉପ-ଅଧ୍ୟକ୍ଷ , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼: ଏନ: ତିରୁମାଲା ନାଏକ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆର: ଉଦୟଗିରି ବ୍ଲକ୍ ଅନ୍ତର୍ଗତ କାର୍ଯ୍ୟକାରି ହୋଇଥିବା ଇଣ୍ଡୋର୍ ଷ୍ଟାଡିୟମ୍ ବୁଲି ଦେଖିବା ସହ ନିକଟସ୍ଥ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ଚାବି କାଠି ପ୍ରଦାନ କରିଥିଲେ ।
ସେହିପରି ନୂଆଗଡ ବ୍ଲକ୍ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଜୟ ମା ମଙ୍ଗଳା ମିଶନ ଶକ୍ତି ସିଲେଇ କେନ୍ଦ୍ର ପରିଦର୍ଶନ କରି କର‌୍ୟ୍ୟ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ସହିତ ଆଲୋଚନା କରିଥିଲେ।
ସ୍ଥାନୀୟ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଉତ୍ତମ ଶିକ୍ଷାଦାନ ଓ ଭଲ ପାଠପଢ଼ା ପରିବେଶ ସୃଷ୍ଟି କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଡ଼ମ୍ବାପୁର ର ଅଙ୍ଗନୱାଡି ଗୃହ ନିର୍ମାଣ ବୁଲି ଦେଖିଥିଲେ ଓ ସ୍ଥାନୀୟ ସୁଭଦ୍ରା ହିତାଧିକାରୀ\’ଙ୍କ ସହିତ ଆଲେଚନା କରିଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା-ପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମନ ରାଇକା , ଜିଲ୍ଲା ପ୍ରକଳ୍ପ ପରିଚାଳକ ଓଡ଼ିଶା ଜୀବିକା ମିଶନ ଶ୍ରୀ ଟିମନ ଵାରା , ଜିଲ୍ଲା ସାଧାରଣ ପରିଚାଳକ ଶ୍ରୀ ସୁନାରମ୍ ସିଂଙ୍କ ସମେତ ରା: ଉଦୟଗିରି , ନୂଆଗଡ ଓ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930